ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ; ୪ ସୁଦ୍ଧା ନେବ ଲଘୁଚାପର ରୂପ, IMDର ପୂର୍ବାନୁମାନ

Published By : Prameya-News7 Bureau | October 03, 2024 IST

ଭୁବନେଶ୍ୱର,୦୩।୧୦: ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ସଂଲଗ୍ନ  ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ଅଛି । କିନ୍ତୁ ଏହା ଅବପାତ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ନାହିଁ । ଆଇଏମଡି ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର ଏହି ପୂର୍ବାନୁମାନ କରିଛନ୍ତି । 

ଶ୍ରୀ  ମହାପାତ୍ର କହିଛନ୍ତି, ଏବେ ପ୍ରଶାନ୍ତ ମହାସାଗରରେ ନିଉଟ୍ରାଲ  ଏଲ ନିନୋ ସ୍ଥିତି ରହିଛି । ଅକ୍ଟୋବର ବା ନଭେମ୍ବର ସୁଦ୍ଧା   ଲା-ନିନା ସ୍ଥିତି ରହିପାରେ । ଫଳରେ ଉତ୍ତର ଭାରତରେ  ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ । ଅଧିକ ଥଣ୍ଡା  ଅନୁଭୂତ ହୋଇପାରେ । ଆରମ୍ଭରୁ ଲା-ନିନା ସ୍ଥିତି ଦୁର୍ବଳ  ରହିପାରେ ବୋଲି ସେ କହିଛନ୍ତି । ସେହିଭଳି ଡପଲର  ରାଡାର ପାଇଁ ଅର୍ଡର ଦିଆସରିଛି । ୨୦୨୫ ସୁଦ୍ଧା ବାଲେଶ୍ୱର  ଓ ସମ୍ବଲପୁରରେ ଏହା ଲାଗିଯିବ ବୋଲି ସୂଚନା ଦେଇଛନ୍ତି।

 

 

  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.