ଚାନ୍ଦବାଲି ୧।୧୧: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଧାମରେ ଦୀପାବଳି ଅମାବାସ୍ୟା ପୂଜା । ଏହି ପରିପ୍ରେକ୍ଷୀରେ ଶହ ଶହ ବର୍ଷର ପରମ୍ପରା ଅନୁସାରେ ଦେଉଳ ଚୂଡାକୁ ଉଠିଲା ମହାଦୀପ । ଏଭଳି ମହାଦୀପ ଉଠିବା ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳି ନଥାଏ l ଏହା ଏଠାରେ ଏକ ନିଆରା ପରମ୍ପରା l
ପରମ୍ପରା ଅନୁସାରେ ସନ୍ଧ୍ଯାରେ ଷୋଡ଼ଶ ଉପଚାର ପୂଜା ପୂର୍ବକ ଗର୍ଭ ଗୃହରେ ମହାଦୀପ ଶ୍ରୀଜିଉଙ୍କୁ ବିଶ୍ୱ କଲ୍ଯାଣ ଉଦ୍ଦେଶ୍ୟରେ ସମର୍ପିତ ହୋଇ ସମସ୍ତ ସେବାୟତ, ଭକ୍ତ ଓ ପ୍ରଶାସନର ସହଯୋଗରେ ତିନି ଥର ମନ୍ଦିର ପରିକ୍ରମା କରି ଦେଉଳ ଚୁଡାରେ ସ୍ଥାପନ କରାଗଲା। ବାବା ଆଖଣ୍ଡଳମଣିଙ୍କ ଧାମରେ ପ୍ରତିବର୍ଷ ମହାଶିବରାତ୍ରି ଓ ଦୀପାବଳି ଅମାବାସ୍ୟାରେ ମହାଦୀପ ଉଠିଥାଏ ।
You Can Read:
ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା କୁଳଡିହା ଅଭୟାରଣ୍ୟ