ସାଇବର ଅପରାଧ ବିରୋଧରେ ଲଢ଼ିବ ମହାରାଷ୍ଟ୍ର, ୮୩୭ କୋଟି ବ୍ୟୟରେ ନିର୍ମାଣ ହେଲା ଅତ୍ୟାଧୁନିକ ମୁଖ୍ୟାଳୟ

Published By : Prameya-News7 Bureau | October 12, 2024 IST

News7

ମୁମ୍ବାଇ: ସାଇବର ଅପରାଧର ମୁକାବିଲା ଦିଗରେ ମହାରାଷ୍ଟ୍ର ସରକାରଙ୍କ ବଡ଼ ପ୍ରସ୍ତୁତି। ୮୩୭ କୋଟି ବ୍ୟୟରେ ନାଭି ମୁମ୍ବାଇର ମହାପେରେ ଉଦଘାଟିତ ହୋଇଛି ସାଇବର କ୍ରାଇମ ଅନୁସନ୍ଧାନ କେନ୍ଦ୍ର ତଥା  ହାଇଟେକ୍‌ ସାଇବରକ୍ରାଇମ ହେଡକ୍ୱାଟର୍। ଏହି ପ୍ରକଳ୍ପକୁ ତତ୍କାଳୀନ ମହାରାଷ୍ଟ୍ର ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ୨୦୧୬ରେ ଅନୁମୋଦନ କରିଥିଲେ, କିନ୍ତୁ ଏହା  ଅନେକ ବର୍ଷ ପର୍ଯ୍ୟନ୍ତ ଅଟକି ରହିଥିଲା। ଶେଷରେ ଏହି ପ୍ରକଳ୍ପ ପାଇଁ ୮୩୭ କୋଟି ଟଙ୍କା ବ୍ୟୟରେ ଗତ ବର୍ଷ ରାଜ୍ୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଥିଲା।

ଏହି ପ୍ରକଳ୍ପକୁ ଡିଜିପି ରଶ୍ମି ଶୁକ୍ଲାଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉଦଘାଟନ କରିଥିଲେ। ଏହି ଅବସରରେ ଫଡନାଭିସ୍ କହିଛନ୍ତି, “ସାଇବର ଆଟାକ ଅଧିକରୁ ଅଧିକ ହେବାରେ ଲାଗିଛି, ତେଣୁ ସାଇବର ଅପରାଧ ସହ ମୁକାବିଲା କରିବା ପାଇଁ ଆମ ପାଖରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ହେବା ଜରୁରୀ। "

ଉପମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଛନ୍ତି ଯେ ଏନେଇ ନୂଆ ସାଇବର ହେଲ୍ପଲାଇନ  ନମ୍ବର 14407 ଜାରି କରାଯାଉଛି। ଏହା ଅକ୍ଟୋବର ୧୫ ରୁ କାର୍ଯ୍ୟକ୍ଷମ ହେବ।

ଜଣେ ଅଧିକାରୀ କହିଛନ୍ତି ଯେ ଏହି ନୂତନ କେନ୍ଦ୍ରରେ ଟେକ୍ନୋଲୋଜି-ଆସିଷ୍ଟଡ୍ ଇଣ୍ଟେଲିଜେନ୍ସ (TAI) ଲାବୋରେଟୋରୀ ଭଳି ସୁବିଧା ରହିଛି, ଯେଉଁଠାରେ ଏଇ ଏବଂ ମେସିନ୍ ଲର୍ନିଂ ଉପକରଣ ତଥା କ୍ରିପ୍ଟୋ ସ୍କାମ, ସୁରକ୍ଷା ଅପରେସନ୍ ସେଣ୍ଟର (SOC) ଭଳି ଅପରାଧର ତଦନ୍ତରେ ସହାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.