ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ। ହଷ୍ଟେଲ ମାଟ୍ରନ ସୁଚିତ୍ରା ଚର୍ଚିଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏହା ସହ ANM କବିତା କୁମାରୀ ପାତ୍ରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଧାନଶିକ୍ଷକ ଅଜିତ ମାଡକମିଙ୍କୁ ନିଳମ୍ବିତ କରିବା ପାଇଁ ସରକାରଙ୍କୁ ସୁପାରିସ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ।
ଦଶମ ଶ୍ରେଣୀ ଛାତ୍ରୀ ବନିଲେ ମା। ଘଟଣା ଘଟିଛି ଚିତ୍ରକୋଣ୍ଡା ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟରେ। ଆଦିବାସୀ ଅଞ୍ଚଳରେ ସମସ୍ତ ରହୁଥିବା ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷିତ ହେବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଏହି ଭଳି ଘଟଣା ଘଟିବା ପରେ ମୁହଁଫେରାଇ ନେବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ ମାନେ । ବୁଦ୍ଧିଜୀବୀ ଘଟଣାକୁ ନିନ୍ଦା କରିବା ସହ ଅଧିକାରୀଙ୍କୁ ବଦଳି ପାଇଁ ଦାବି କରିଛନ୍ତି।
ଗତକାଲି ଦଶମ ଶ୍ରେଣୀର ଇଂରାଜୀ ବିଷୟର ପରୀକ୍ଷା ଦେଇଥିଲେ ଛାତ୍ରୀ ଜଣକ। ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ। ଖବର ଶୁଣି ତୁରନ୍ତ ଛାତ୍ରୀଙ୍କ ବାପା, ମା, କିଛି ଗାଁ ଲୋକେ ମିଶି ଚିତ୍ରକୋଣ୍ଡା ପହଞ୍ଚି ଝିଅଙ୍କ ବିଷୟରେ ପଚାରିବାରୁ ଝିଅ ଜଣକ ଗୋଟାଏ ଛୁଆ ଜନ୍ମ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମେଡ଼ିକାଲରେ ପହଞ୍ଚି ପରିବାର ଲୋକେ ଝିଅ ଓ ଛୁଆକୁ ଦେଖିଥିଲେ। ଛାତ୍ରୀଙ୍କ ବାପା କହିବା ଅନୁଯାୟୀ ଆଜିକୁ ବର୍ଷେ ପର୍ଯ୍ୟନ୍ତ ଝିଅ ଘରକୁ ଯାଇ ନାହିଁ। ଏହିଭଳି ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାରଙ୍କ ସହ କୌଣସି ଆଲୋଚନା କରିନାହିଁ।
ଏହି ଘଟଣା ସଂପର୍କରେ ସ୍କୁଲ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୁଁ ଏହି ସଂପର୍କରେ ଅବଗତ ନାହଁ ବୋଲି କହିଛନ୍ତି । ତେବେ ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ କେମିତି ଗର୍ଭବତୀ ହୋଇ ରହିଥିଲେ ବିଦ୍ୟାଳୟର ହୋଷ୍ଟେଲ ପରିସରରେ ଏବଂ ଏକ ସନ୍ତାନ ଜନ୍ମ ଦେଇଥିବା କଥାକୁ ନେଇ ଜନ ସାଧାରଣରେ ଦାବି ହୋଇଛି । ତଦନ୍ତ କରି ତୁରନ୍ତ ଅଭିଯୋଗ କରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଛାତ୍ରୀଙ୍କ ପରିବାର ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ।