ଶୌଚ ହେବା ପାଇଁ ନଦୀକୁ ଯାଇଥିଲେ, ଭାସୁଥିବା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | September 29, 2024 IST

କଣ୍ଟାବାଞ୍ଜି ୨୯।୯: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁସଲାଡ଼ ପଞ୍ଚାୟତ ପଲସଖଣ୍ଡ ଗାଁ ସୁନ୍ଦର ନଦୀରୁ ଗାଈ ଚରାଳି ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶନିବାର ଅପରାହ୍ନରୁ ନଦୀକୁ ଶୌଚ ହେବା ପାଇଁ ଯାଇ ନଦୀରେ ବୁଡିଯାଇଥିବା ସନ୍ଦେହ କରାଯାଉଥିଲା । ତେବେ ରବିବାର ଶବ ନଦୀରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଶବକୁ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଗାଁର ଦୟା ଭୋଇ । ଖବର ପାଇ ଘଟଣାସ୍ଥଳରେ ସିନ୍ଧେକେଲା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ରାତିରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଖୋଜାଖୋଜି କରି ଫେରି ଯାଇଥିଲେ । ରବିବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତୁରନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

You Can Read:

କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିସ୍ ଗାର୍ସେଟି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.