ଏକ ତରଫା ପ୍ରେମର କୁପରିଣତି, ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ମମ ଭାବରେ ହତ୍ୟା କଲା ଯୁବକ

Published By : Prameya-News7 Bureau | November 06, 2024 IST

ସୁନ୍ଦରଗଡ଼: ଏକ ତରଫା ପ୍ରେମ ନେଲା ଅଙ୍ଗନବାଡ଼ି ଦିଦିଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପୁରନା ଗାଁରେ। ଗାଁର ଅଙ୍ଗନବାଡ଼ି ଦିଦିଙ୍କୁ ଏକ ତରଫା ପ୍ରେମ କରୁଥିବା ଜଣେ ଯୁବକ ହତ୍ୟା କରିଛି। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନାଁ ଦିବ୍ୟାଭାରତୀ ଅଢା। 

ସୂଚନା ଅନୁଯାୟୀ, ଦିବ୍ୟାଭାରତୀଙ୍କୁ ସେହି ଗାଁର ଶରତ କଉଡି ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଏମିତିକି ଯୁବକ ଜଣକ ଦିବ୍ୟାଭାରତୀଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲା। ହେଲେ ବିବାହ ପାଇଁ ସ୍ପଷ୍ଟ ମନା କରିବାରୁ ପ୍ରତିଶୋଧ ପରାୟଣ ହୋଇ ଶରତ, ଦିବ୍ୟାଭାରତୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। 

ଆଉ ବୁଧବାର ଦିବ୍ୟାଭାରତୀ ଅଙ୍ଗନବାଡ଼ିରୁ ଫେରୁଥିବାବେଳେ ରାସ୍ତାର ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଅଟକାଇ ତାଙ୍କ ଉପରକୁ ଏକ ଫାର୍ସାରେ ଆକ୍ରମଣ କରିଥିଲେ। ଯେଉଁଥିରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା। 

ତେବେ ଘଟଣା ପରେ ଯୁବକ ଜଣକ ଫେରାର ହୋଇଯାଇଥିବାବେଳେ। ମୃତକଙ୍କ ପରିବାର ପକ୍ଷରୁ ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୋଲିସର ଏକ ଟିମ୍ ଅଭିଯୁକ୍ତ ଶରତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। 

ଅଭିଯୁକ୍ତ ଶରତ ଭିନ୍ନ ଜାତିର ହୋଇଥିବାରୁ ବିବାହ ହୋଇପାରିବ ନାହିଁ ଦିବ୍ୟା କହିଥିଲେ ମାତ୍ର ଶରତ ଏକତରଫା ଭାବେ ପ୍ରେମ କରି ଆସୁଥିଲେ ଏବଂ ସମ୍ପର୍ଣ୍ଣ ନିରାଶ ହେବାରୁ ଶେଷରେ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.