ଶ୍ୱଶୁର ଘର ନାଁରେ ଜ୍ୱାଇଁ ଓଲଟା କେସ୍‌: 'ମାଗିନଥିଲି... କାହିଁକି ଦେଲ ଯୌତୁକ ?'

Published By : Prameya-News7 Bureau | November 09, 2024 IST

ନୂଆଦିଲ୍ଲୀ: ମୁଁ ଯୌତୁକ ମାଗିନଥିଲି... ମନା କରିବା ପରେବି ଶ୍ୱଶୁର ଘର ଲୋକେ ଯୌତୁକ ଦେଲେ। 'ବିନା ଦାବିରେ ଯୌତୁକ' ଦେବା ଅଭିଯୋଗରେ ଅପରାଧିକ ମାମଲା ରୁଜୁ ପାଇଁ ଦାବି କରି କୋର୍ଟରୁ ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବକ। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପରିବାର ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଦାବିକୁ ଯଥାର୍ଥତା ଦର୍ଶାଇବା ପାଇଁ ସେ କୋର୍ଟରେ କୌଣସି ପ୍ରମାଣ ଦେଇପାରିନଥିଲେ। ଯେଉଁ କାରଣରୁ ତାଙ୍କ ଆବେଦନ ଖାରଜ ହୋଇଯାଇଛି।

ଅତିରିକ୍ତ ସେସନ୍ସ ଜଜ୍ ନବଜିତ ବୁଦ୍ଧିରଜା ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଜୁଲାଇ ୨୦୨୨ ଆଦେଶ ବିରୋଧରେ ଉକ୍ତ ବ୍ୟକ୍ତିଙ୍କ ଆବେଦନ ଶୁଣାଣି କରିଥିଲେ। ଏହାପୂର୍ବରୁ ୨୦୨୨ ମସିହାରେ, ପତ୍ନୀ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ସ୍ୱାମୀଙ୍କ ଆବେଦନ ଖାରଜ ହୋଇଯାଇଥିଲା। 

ଶୁଣାଣି ସମୟରେ କୋର୍ଟ ଜାଣିବାକୁ ପାଇଲେ ଯେ ଉକ୍ତ ବ୍ୟକ୍ତିଙ୍କ ପୂର୍ବରୁ ତାଙ୍କ ପତ୍ନୀଙ୍କ ପରିବାର ଦ୍ୱାରା ତାଙ୍କ ପ୍ରତି ନିର୍ଯାତନା ମାମଲା ରହିଛି। ଏହି ମାମଲାକୁ ଗ୍ରହଣ କରି କୋର୍ଟ କହିଛନ୍ତି ଯେ ଯଦି ବିଚାର ପ୍ରକ୍ରିୟା ସମୟରେ ଉଭୟ ପକ୍ଷଙ୍କ ଦ୍ୱାରା ପ୍ରମାଣ ନହୁଏ, ତେବେ ଯୌତୁକ ଦାବି କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହେବ ନାହିଁ। ଆବେଦନକାରୀ କେବେ ଯୌତୁକ ଦାବି କରିଛନ୍ତି କି ନାହିଁ ତାହା ସ୍ଥିର କରିବାକୁ ଏହାକୁ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ।

ଅଦାଲତ କହିଛନ୍ତି ଯେ ତାଙ୍କର ମନା କରିବା ସତ୍ତ୍ୱେ ତାଙ୍କ ଆକାଉଣ୍ଟକୁ ୨୫ ହଜାର ଏବଂ ୪୬ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଥିଲା ବୋଲି କହିବା ଠିକ୍‌ ହେବନି। କାରଣ ଏହା ପୂର୍ବରୁ ତାଙ୍କ ଶାଶୁଘର ପରିବାର ଲୋକ ଆଇପିସିର ଧାରା 498A ଅନୁଯାୟୀ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିସାରିଛନ୍ତି।

ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗକୁ ନେଇ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ପର୍ଯ୍ୟବେକ୍ଷଣ ଉପରେ କୋର୍ଟ କହିଛନ୍ତି ଯେ ଏଫ୍ଆଇଆର୍ ଦାଖଲ କରିବା ସମୟରେ ଶାଶୁଘର ଫରିବାର ବରକୁ ଯୌତୁକ ପ୍ରଦାନ କରିଥିବା ସ୍ୱୀକାର କରିଛନ୍ତି। ଯୌତୁକ ନିଷେଧ ଅଧିନିୟମ ଅନୁଯାୟୀ ଏହିପରି ସ୍ୱୀକାର ଅପରାଧ ବର୍ଗ ଅଧୀନରେ ରହିଛି।

ମାଜିଷ୍ଟ୍ରେଟଙ୍କ ମନ୍ତବ୍ୟକୁ ଦର୍ଶାଇ କୋର୍ଟ କହିଛନ୍ତି ଯେ ତାଙ୍କ ପତ୍ନୀ ଏବଂ ଶାଶୁମାନେ ଏଫ୍ଆଇଆରରେ ତାଙ୍କ ବିରୁଦ୍ଧରେ ଲଗାତାର ଯୌତୁକ ଦାବି କରିଥିବାର ଅଭିଯୋଗ କରିଛନ୍ତି।

ମାଜିଷ୍ଟ୍ରେଟଙ୍କ ବରଖାସ୍ତ ଆଦେଶରେ ଦର୍ଶାଯାଇଛି ଯେ ଅଭିଯୋଗକାରୀଙ୍କ ବାରମ୍ବାର ଦାବି ହେଉଛି ଯେ ସେ କେବେବି ଯୌତୁକ ଦାବି କରିନାହାଁନ୍ତି। ଏବଂ ଦାବି କରାନଯାଇଥିଲେବି ମଧ୍ୟ ଯୌତୁକ ଦିଆଯାଇଥିଲା। ଏହା ଭିତ୍ତିହୀନ ଏବଂ କୋର୍ଟକୁ ପ୍ରତାରଣା କରୁଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗଗୁଡିକ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଠିକ୍ ଭାବରେ ସମାଧାନ କରାଯାଇଛି। ତେଣୁ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କୌଣସି ତ୍ରୁଟି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.