ପ୍ୟାରିସ୍ ଅଲିମ୍ପିକ୍ସ: ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ମନୁ ଭାକର, ରିଦମ ସାଙ୍ଗୱାନ କଲେ ନିରାଶ

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନ (ଜୁଲାଇ ୨୭) ସୁଟିଂରେ ଭାରତ ପାଇଁ ଭଲ ଖବର ସାମନାକୁ ଆସିଛି । ସୁଟର୍ ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମନୁ ଭାକର ୬୦ ସଟ୍‌ର କ୍ୱାଲିଫାଇଙ୍ଗ ରାଉଣ୍ଡରେ ମୋଟ ୫୮୦ ଅଙ୍କ ସହ ତୃତୀୟ ସ୍ଥାନରେ ରହିଥିଲେ । ଭାକର ପ୍ରଥମ ସିରିଜରେ ୯୭, ଦ୍ୱିତୀୟରେ ୯୭, ତୃତୀୟରେ ୯୮ ଏବଂ ଚତୁର୍ଥରେ ୯୬, ପଞ୍ଚମରେ ୯୬ ଏବଂ ଷଷ୍ଠ ସିରିଜରେ ୯୬ ଅଙ୍କ ହାସଲ କରିଥିଲେ । ମନୁ ଭାକର ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩.୩୦ ମିନିଟ୍‌ରେ ଫାଇନାଲ୍ ଖେଳିବେ ।

ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ରିଦମ ସାଙ୍ଗୱାନ ମଧ୍ୟରେ ଭାଗ ନେଇଥିଲେ, କିନ୍ତୁ ସେ ନିରାଶ କରିଛନ୍ତି । ରିଦମ ୧୫ତମ ସ୍ଥାନରେ ରହି କ୍ୱାଲିଫାଏ କରିବାରେ ବିଫଳ ହୋଇଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡରେ ମୋଟ ୬ ସିରିଜର ସୁଯୋଗ ସମସ୍ତଙ୍କୁ ମିଳିଥାଏ । ଶୀର୍ଷ ୮ରେ ରହିଥିବା ଖେଳାଳି ମେଡାଲ୍ ଇଭେଣ୍ଟରେ ସ୍ଥାନ ପକ୍କା କରିଥାନ୍ତି । ରିଦମ ସାଙ୍ଗୱାନ ମୋଟ ୫୭୩ ଅଙ୍କ ସହ ୧୫ତମ ସ୍ଥାନରେ ରହିଥିଲେ ।

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.