ଭଦ୍ରକ ୩୧।୩: ମୁସଲିମ୍ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍ ବା ଇଦ୍-ଉଲ୍-ଫିତର । ଦାନ ଓ ଧର୍ମର ପର୍ବ ହେଉଛି ଇଦ୍ । ରମଜାନ୍ ଅବସରରେ ମାସେ କାଳ ଉପବାସ ପରେ ପାଳିତ ହେଉଛି ଇଦ୍ । ଚାନ୍ଦ ଦେଖିବା ପରେ ଇଦ୍ ପାଳିତ ହେଉଛି । ଇଦ୍ ପାଇଁ ଉତ୍ସବମୁଖର ହୋଇଛି ସାରା ଭଦ୍ରକ ଜିଲ୍ଲା । ଜିଲ୍ଲାର ୩୩ ମସଜିଦରେ ନମାଜ ଆୟୋଜିତ ହୋଇଛି ।
ତେବେ ସବୁ ମସଜିଦରେ ନମାଜ ପରେ ଶେଷରେ ଭଦ୍ରକ ସହରର କୁଆଁସ ସ୍ଥିତ ଇଦଗାହ ଠାରେ ସାମୁହିକ ନମାଜ ଆୟୋଜିତ ହୋଇଛି । ହଜାର ହଜାର ସଂଖ୍ୟକ ମୁସଲିମ୍ ଧର୍ମାବଲମ୍ବୀ ମାନେ ଇଦଗାହ ଠାରେ ସାମୁହିକ ଭାବେ ନମାଜ ପଡିଛନ୍ତି । ନମାଜ ପରେ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଛନ୍ତି ।
ସେପଟେ ଭଦ୍ରକ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ମୁତୟନ ହେବା ସହ ପାଟ୍ରୋଲିଂ ମଧ୍ୟ କରାଯାଉଛି ।
You Can Read:
ତତଲା କଡ଼େଇରେ ଭାଜି ହେଉଛି ସୁବର୍ଣ୍ଣପୁର : ବୋହୁଛି ଝାଞ୍ଜି ପବନ ଦିନ ୨ଟା ବାଜିଲେ ରାସ୍ତାଘାଟ ଶୂନଶାନ୍