ନୂଆଦିଲ୍ଲୀ ୩୦।୧୦: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିଲ୍ଲୀରେ ସାଗରମାଲା ପରିକ୍ରମାକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ପରିକ୍ରମାରେ ବୋଟ ତ ଅଛି ହେଲେ ବିନା ଚାଳକ ଦଳ (କ୍ରୁ)ରେ। ସ୍ୱଦେଶୀ କମ୍ପାନୀ ଦ୍ୱାରା ନିର୍ମିତ ଦେଶର ପ୍ରଥମ ଅଟୋନମସ ସରଫେସ ବୋଟ ‘ମାତଙ୍ଗୀ’କୁ ବିନା ଚାଳକରେ ଓ ଚାଳକଙ୍କ ସହ ମଧ୍ୟ ଚଳାଇ ହେଉଛି। ସାଗର ଡିଫେନ୍ସ ପକ୍ଷରୁ ନିର୍ମିତ ଏହି ବୋଟ ସାଗରମାଲ ପରିକ୍ରମାରେ ବିନା ଚାଳକ ଦଳରେ ଏବେ ୧୫ଶହ କିଲୋମିଟର ଅତିକ୍ରମ କରିବ।
ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ମାତଙ୍ଗୀରେ ନେଭିଗେସନ ଆଣ୍ଡ କୋଲିଜନ ଏଭଏଡେନ୍ସ ସଫ୍ଟୱେର ରହିଛି। ମାତଙ୍ଗୀ ଅଟନୋମସ ମୋଡରେ ପ୍ରଥମ ଯାତ୍ରାରେ ୬୦୦ କିଲୋମିଟର ଦୂରତା ଅତିକ୍ରମ କରିଛି ଓ ତାହାବି ବିନା ଚାଳକରେ। ଏବେ ସେ ଏହି ପରି ଆହୁରି ୧୦୦୦ କିଲୋମିଟର ଟୁଟିକୋରିନ ପର୍ଯନ୍ତ ଯିବ। ଏହି ବୋଟର ଖାସ କଥା ଯାହା ତାହା ହେଉଛି ମନିଟରିଂର। ବିଶେଷ କରି ଭାରତୀୟ ଉପକୂଳ ଅଞ୍ଚଳ ଉପରେ ଏହି ବୋଟରୁ ନଜର ରଖାଯାଇ ପାରିବ।
ଏହା ପୂର୍ବରୁ ବୋଟ ଦ୍ୱାରା ସର୍ଭିଲାନ୍ସ କରାଯାଉଥିଲା। ତେବେ ଏହା କମ ଦୂରତାରେ ହୋଇ ପାରୁଥିଲା। ହେଲେ ମାତଙ୍ଗୀରେ ଅନେକ ସେନସର ରହିଛି। ଏହା ସହିତ ଏଥିରେ ଡ୍ରୋନ ବି ଲାଗିଛି, ଯାହା ଏହି ବୋଟର ରେଞ୍ଜକୁ ବଢାଉଛି। ଏହି ବୋଟରେ ଅସ୍ତ୍ର ମଧ୍ୟ ରହୁଛି। ଅଫେନସିଭ ଅପରେସନ ବେଳେ ଏଥିରେ ଲାଗିଥିବା ଅସ୍ତ୍ରର ଉପଯୋଗ ହୋଇ ପାରିବ। କେବଳ ଏତିକି ନୁହେଁ ମାତଙ୍ଗୀରେ ଅଣ୍ଡର ୱାଟର ଡ୍ରୋନ ବି ରହିଛି। ଯାହା ପାଣି ତଳେ ମାତଙ୍ଗୀର ରେଞ୍ଜକୁ ବଢାଉଛି। ଏଥିରୁ ଅଟୋନମସ ବୋଟ ମାତଙ୍ଗୀ ସମୁଦ୍ରରେ ନୌସେନାରେ ସାମର୍ଥ୍ୟ ବୃଦ୍ଧି କରିବ ଏହା ନିଶ୍ଚିତ।