ମୋମୋରେ ମେୟୋନେଜ୍ ଖାଇ ମୃତ୍ୟୁ ପରେ ବ୍ୟାନ ଲଗାଇଲେ ସରକାର

Published By : Prameya-News7 Bureau | October 30, 2024 IST

indiatoday

ନୂଆଦିଲ୍ଲୀ: ମେୟୋନେଜ୍ ଉପରେ ବ୍ୟାନ ଲଗାଇଲେ ତେଲେଙ୍ଗାନା ସରକାର। ଖାଦ୍ୟରେ ବିଷକ୍ରିୟା ଯୋଗୁ କଞ୍ଚା ଅଣ୍ଡାରୁ ତିଆରି ହୋଇଥିବା ମେୟୋନିଜକୁ ବୁଧବାର ତେଲେଙ୍ଗାନା ସରକାର ବ୍ୟାନ୍ କରିଛନ୍ତି। ମେୟୋନିଜ ଖାଇବା ଦ୍ୱାରା ଏକାଧିକ ଫୁଡ ପଏଜନ ଖବର ସାମ୍ନାକୁ ଆସିଥିଲା। ମଙ୍ଗଳବାର ହାଇଦ୍ରାବାଦରେ ମୋମୋରେ ମେୟୋନିଜ୍ ଖାଇ ଜଣଙ୍କର ମୃତ୍ୟୁ ହେବା ସହିତ ୧୫ ଜଣ ଅସୁସ୍ଥ ହୋଇଥିଲା। ଏହାପରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବର୍ଷେ ପାଇଁ ଏହି ବ୍ୟାନ୍ ଲଗାଯାଇଛି। 

ତେଲେଙ୍ଗାନା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ରାଜ୍ୟରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଥିଲା। ଖରାପ ଅଣ୍ଡାରେ ତିଆରି ମେୟୋନିଜ ବ୍ୟବହାର କରୁଥିଲେ ଲୋକେ। ସ୍ୟାଣ୍ଡୱିଚ୍, ମୋମୋ, ଶ୍ୱର୍ମା ଏବଂ ଅଲ ଫାହମ୍ ଚିକେନ୍ ଭଳି ଖାଦ୍ୟରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି। ଏହାକୁ ଅଣ୍ଡା କେଶରକୁ ଫେଣ୍ଟି ଭିନେଗାର ଓ ଲେମ୍ବୁ ରସ ମିଶାଇ ସ୍ନାଦ ଯୁକ୍ତ କରାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.