ଆମେରିକା, ଚୀନ୍ ଓ ଜାପାନରେ ରହନ୍ତି ବିଶ୍ୱର ସବୁଠୁ ବଡ଼ ଜୁଆଡି, ଜାଣନ୍ତୁ ଭାରତର ସ୍ଥିତି କେଉଁଠି?

Published By : Prameya-News7 Bureau | October 30, 2024 IST

ନୂଆଦିଲ୍ଲୀ ୩୦।୧୦: ଆମେରିକା, ଚୀନ୍‌ ଓ ଜାପାନ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ସ୍ପେନ ଓ ବ୍ରିଟେନରେ ଖୁବ ଜୁଆ ଖେଳାଯାଏ। ଦୀପାବଳି ବେଳେ ଭାରତରେ ମଧ୍ୟ ଜୁଆ ଖେଳାଯାଏ। ହେଲେ ଭାରତରେ ଏଥି ପାଇଁ କଡ଼ା କଟକଣା ରହିଛି। ଏହା ସତ୍ତ୍ୱେ ଏହି ଇଣ୍ଡଷ୍ଟ୍ରି  ଦେଶରେ ଆକାଶ ଛୁଉଁଛି। ଆମେରିକା, ଜାପାନ ଓ ଚୀନ୍‌କୁ ବିଶ୍ୱର ସବୁଠୁ ବଡ଼ ଜୁଆଡି କୁହାଯାଏ। ୧ ହଜାରରୁ ଅଧିକ ଆକ୍ଟିଭ କ୍ୟାସିନୋ କେବଳ ଆମେରିକାରେ ରହିଛି, ଯେଉଁଠି ବାର୍ଷିକ ୧୧୬.୯ ବିଲିୟନ ଡଲାର କ୍ଷତି ହେଉଥିବା କୁହାଯାଉଛି। 

ପୋଲାରୀ ମାର୍କେଟ ରିସର୍ଚ୍ଚରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୪ରେ ସାରା ବିଶ୍ୱରେ ୧.୬ ବିଲିୟନ ଲୋକେ କୌଣସି ନା କୌଣସି ଉପାୟରେ ଜୁଆ ଖେଳିଛନ୍ତି। ଭାରତରେ ଜୁଆ ଇଣ୍ଡଷ୍ଟ୍ରି ୫ ଲକ୍ଷ କୋଟି ଟଙ୍କାର। ଦେଶରେ ୧.୦୨କୋଟି ଲୋକେ କୌଣସି ନା କୌଣସି ଉପାୟରେ ଜୁଆ ଖେଳନ୍ତି। ତେବେ ଭାରତରେ ଜୁଆ ସମ୍ପୂର୍ଣ୍ଣ ଅବୈଧ। ଗୋଆ, ଦାମନ ଓ ସିକ୍କମ ରାଜ୍ୟ ସରକାରମାନେ ରାଜ୍ୟରେ ଜୁଆ ଓ ସଟ୍ଟାକୁ ଆଇନଗତ ମଞ୍ଜୁରୀ ଦେଇଛନ୍ତି। 

ଭାରତ ଭଳି ଚୀନରେ ମଧ୍ୟ ଜୁଆ ଅବୈଧ, ତଥାପି ଏଥି ପାଇଁ ହେଉଥିବା ଦୁର୍ନୀତି ଯୋଗୁ ଚୀନ୍‌ ଜୁଆରେ ଦ୍ୱିତୀୟ ନମ୍ବରରେ ଆସିଥାଏ। ଚୀନ୍‌ରେ ଜୁଆ ଯୋଗୁ ବାର୍ଷିକ ୬୨.୪ ବିଲିୟନ ଡଲାର କ୍ଷତି ହୋଇଥାଏ। ଏଠାରେ ଜୁଆ ଖେଳାଯାଏନା, ହେଲେ କେତେକ ସ୍ଥାନରେ ଲଟେରୀ ହୋଇଥାଏ। ଜାପାନରେ ବି ଜୁଆ ଖେଳିବା ବେଆଇନ, କିନ୍ତୁ ଏସିୟାରେ ଚୀନ୍‌ ପରେ ଜାପାନ ଜୁଆ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି। ଜାପାନରେ ସରକାର ରାଜସ୍ୱ ବୃଦ୍ଧି ପାଇଁ ଅନେକ ସମୟରେ ଲଟେରୀ ଆୟୋଜନ କରିଥାନ୍ତି। ଫ୍ରାନ୍ସରେ ଜୁଆ ଯୋଗୁ ମୋଟ ଘାଟା ୧୦.୪ ବିଲିୟନ ଡଲାର। ଏଠାରେ ଦେଶର ଅଧାରୁ ଅଧିକ ଜନସଂଖ୍ୟା ଜୁଆ ଖେଳିଥାନ୍ତି। ଏଣୁ ୨୦୧୦ ମସିହା ପରେ ଦେଶରେ ଜୁଆକୁ ବୈଧତା ଦେବା ପାଇଁ ଦାବି ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.