ମାଲେସିଆର ଧନୀ ଭାରତୀୟ ଆନନ୍ଦ କ୍ରିଷ୍ଣାନ,୪୫ ହଜାର କୋଟିରୁ ଅଧିକ ଟଙ୍କାର ସଂପତ୍ତି

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ ୧୮/୯ : ତନ ଶ୍ରୀ ଆନନ୍ଦ କ୍ରିଷ୍ଣାନ । ସଂକ୍ଷେପରେ AK କହିଲେ ଯଥେଷ୍ଟ । ମାଲେସିଆର ବିଜନେସ ୱାଲ୍ଡର ଜଣେ ଖ୍ୟାତନାମା ଚେହେରା । ଫୋର୍ବସର ରିପୋର୍ଟ କହୁଛି ସେ ମାଲେସିଆରେ ଚତୁର୍ଥ ଧନୀ ।ଯାହାଙ୍କ ସଂପତ୍ତିର ପରିମାଣ ୫.୮ ବିଲିୟନ ଆମେରିକା ଡଲାର । ଭାରତୀୟ ମୁଦ୍ରାରେ ୪୫ ହଜାର କୋଟିରୁ ଅଧିକ । 

AK ନାମରେ ଜଣାଶୁଣା ଆନନ୍ଦ କ୍ରିଷ୍ଣାନ ଥିଲେ ଏୟାରସେଲର ମାଲିକ ।ମାଲେସିଆର ଏହି ବିଜନେସ ଟାଇକୁନଙ୍କ ସାମ୍ରାଜ୍ୟରେ ଟେଲିକମ,ମିଡିଆ,ତେଲ,ଗ୍ୟାସ,ରିଏଲଇଷ୍ଟେଟ ଓ ସାଟେଲାଇଟ ସାମିଲ । ତାଙ୍କର ପ୍ରାୟ ୯ଟି କଂପାନୀରେ ଅଂଶଧନ ରହିଛି । 

ବିଜନେସ ଟାଇକୁନ ବ୍ୟତୀତ ଆନନ୍ଦ କ୍ରିଷ୍ଣାନଙ୍କର ଆଉ ଏକ ପରିଚୟ ରହିଛି । ସେ ବହୁତ ଉଦାର ଓ ପର ଉପକାରୀ ବ୍ୟକ୍ତି ଅଟନ୍ତି । ନିୟମିତ ଭାବରେ ଶିକ୍ଷା,କଳା,ଖେଳରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଉଷା ଟେଗାସ ଓ ଏହାର ସହାୟକ କଂପାନୀ ୟାସିଏଫ୍‌ ଚାରିଟେବୁଲ ଫାଉଣ୍ଡେସନ ମାଧ୍ୟମରେ ବେସାହାରା ପିଲାଙ୍କ ଛାତ୍ରବୃତ୍ତି ପାଇଁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଖର୍ଚ୍ଚ କରନ୍ତି ।

ପିଲାଟିବେଳୁ ଜଣେ ମେଧାବୀ ଛାତ୍ର ଥିଲେ ସେ । ହାବାର୍ଡ ବିଜନେସ ସ୍କୁଲରୁ ରାଜନୀତି ବିଜ୍ଞାନରେ ଅନର୍ସ ଡିଗ୍ରୀ,ବିଜନେସ ଆଡମିନଷ୍ଟ୍ରେସନରେ ମାଷ୍ଟ୍ରର ଡିଗ୍ରୀ ହାସଲ କରିଛନ୍ତି ।ଆନନ୍ଦଙ୍କର ସଫଳତାର ଯାତ୍ରା ମାଲେସିଆରେ କନସଲଟାନ୍ସି ଫାର୍ମ ସ୍ଥାପନାରୁ ଆରମ୍ଭ ହୋଇଥିଲା ।  ଏହା ପରେ ଧିରେ ଧିରେ ସେ ଆଗକୁ ମାଡି ଚାଲିଥିଲେ । ଆଜିର ଦିନରେ ତାଙ୍କ ପାଖରେ ୩ଟି ସଂଚାର ଉପଗ୍ରହ ରହିଛି ଯିଏ ପୃଥିବୀକୁ ପରିକ୍ରମା କରୁଛି ।ଦୂର ସଂଚାର କ୍ଷେତ୍ରରେ ଆନନ୍ଦଙ୍କର କେତେ ପ୍ରଭାବ ରହିଛି ଏହା ସେ ପ୍ରମାଣ କରୁଛି ।  

ଆନନ୍ଦ କ୍ରିଷ୍ଣାନ ବେଶ ଇଶ୍ବର ବିଶ୍ବାସୀ ।ବୌଦ୍ଧ ଧର୍ମରେ ବିଶ୍ବାସ କରନ୍ତି । ତାଙ୍କର ୨ ଝିଅ ଗୋଟିଏ ପୁଅ । ତେବେ ବାପାଙ୍କ ବିଶାଳ ସାମ୍ରାଜ୍ୟର ମାଲିକ ହେବାକୁ ପାଦରେ ଆଡେଇ ଦେଇ ବୌଦ୍ଧ ସନ୍ୟାସୀ ହୋଇଯାଇଛନ୍ତି ଏକମାତ୍ର ପୁଅ ଭେନ ଆଜାନ ସିରିପାନିୟ । ସେ ଏବେ ଥାଇଲାଣ୍ଡରେ ରହୁଛନ୍ତି । ସିରିପାନୀୟଙ୍କ ବୌଦ୍ଧ ସନ୍ୟାସୀ ହେବା ପଛରେ କାହାଣୀ ବେଶ ରୋଚକ । ମଜାରେ ମଜାରେ ବୌଦ୍ଧ ସନ୍ୟାସୀଙ୍କ ସହ ରହୁ ରହୁ ସେ ସତରେ ସେ ବୌଦ୍ଧ ସନ୍ୟାସୀ ହୋଇଯାଇଥିଲେ ।ଆଉ ବାପାଙ୍କର ବିରାଟ ସାମ୍ରାଜ୍ୟକୁ ଫେରିନଥିଲେ । 

ଲିଡରସିପ କ୍ବାଲିଟି ପାଇଁ ବେଶୀ ଜଣାଶୁଣା ଆନନ୍ଦ କ୍ରିଷ୍ଣାନଙ୍କର ସାଧାରଣ ଜୀବନରୁ ମାଲେସିଆର ଚତୁର୍ଥ ଧନୀ ହେବାର ଏ ଯାତ୍ରା ଏତେ ସହଜ ନଥିଲା । ତାଙ୍କୁ ଅନେକ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡିଛି ।  ସେ ପ୍ରମାଣ କରିଦେଇଛନ୍ତି ଯେ କୌଣସି ବି କାମ ଅସମ୍ଭବ ନୁହେଁ ।କଠୋର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ସପଳ ହୋଇପାରିବ ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.