ଘନେଇଲା ଯୁଦ୍ଧ ଆଶଙ୍କା: ଇରାନ୍ ଧମକ ପରେ ଇସ୍ରାଏଲ୍ କହିଲା- ସବୁ ପ୍ରକାର ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ

Published By : Prameya-News7 Bureau | April 11, 2024 IST

indiatoday

ନୂଆଦିଲ୍ଲୀ: ପୁଣି ଯୁଦ୍ଧର ନିଆଁରେ ଝାସ ଦେବାକୁ ଯାଉଛନ୍ତି ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ। ଇସ୍ରାଏଲକୁ ପାନେ ଦେବାକୁ ଇରାନ ମନସ୍ତ କରିସାରିଥିବା ବେଳେ ଇସ୍ରାଏଲ୍ ବି ଆହୁରି ଧ୍ୱଂଶର ତାଣ୍ଡବ ରଚିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। 

ସେପଟେ ଅନ୍ୟ ଦେଶଗୁଡ଼ିକୁ ଇରାନ୍‌କୁ ବିମାନ ଯାତ୍ରା ବନ୍ଦ କରିବା ସହ ନିଜ ଦେଶର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରି ଦେଲେଣି। ଜର୍ମାନୀର ବିମାନ କମ୍ପାନୀ ଲୁଫଥାନ୍ସା ଏୟାର୍‌ଲାଇନ୍‌ ଇରାନ ରାଜଧାନୀ ତେହରାନ୍‌କୁ ଉଡ଼ାଣ ନିଲମ୍ବନ ଅବଧି ବୃଦ୍ଧି କରିଛି। ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏହି ଅବଧି ବଢ଼ାଯାଇଛି। ଗୁରୁବାର କମ୍ପାନୀ ଏହି ଘୋଷଣା କରିଛି। ସେପଟେ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରକୁ ନ ଯିବାକୁ ଋଷ ତା ଦେଶର ନାଗରିକଙ୍କୁ ସତର୍କ କରାଇଛି। 

ପଢ଼ନ୍ତୁ-ଯଦି ପାକିସ୍ତାନ ଆତଙ୍କବାଦ ମୁକାବିଲାରେ ଅସମର୍ଥ ତେବେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ: ରାଜନାଥ ସିଂହ
ଏପ୍ରିଲ ୧ ତାରିଖରେ ସିରିଆ ଡାମାସ୍‌କସ୍‌ରେ ଥିବା ଇରାନ୍‌ର ଦୂତାବାସ ଉପରେ ଏକ ଏୟାରଷ୍ଟ୍ରାଇକ୍‌ ହୋଇଥିଲା। ଏଥିରେ ଇରାନ୍‌ର ଶୀର୍ଷ ଜେନେରାଲ୍ ଓ ୬ ଇରାନୀ ସେନାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଇରାନ୍ ଇସ୍ରାଏଲ୍‌ ଠାରୁ ଏହାର ପ୍ରତିଶୋଧ ନେବ ବୋଲି ଶପଥ ନେଇ ସାରିଛି।  

ବୁଧବାର ଇରାନ ମୁଖ୍ୟ ନେତା ଅୟତୋଲ୍ଲାହ ଅଲି ଖାମିନେଇ କହିଛନ୍ତି ଇସ୍ରାଏଲ୍ ଦଣ୍ଡିତ ହେବା ନିହାତି ଦରକାର। ଏବଂ ଦଣ୍ଡିତ କରାଯିବ ମଧ୍ୟ। ତେବେ ସିରିଆରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ୍‌ କିନ୍ତୁ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ।   


ଇରାନ୍‌ର ଧମକ ଉପରେ ଯୁଦ୍ଧ ବଢ଼ିବା ଆଶଙ୍କା ଦେଖା ଦେଇଛି। ପୂର୍ବରୁ ଗାଜା ସହିତ ଦୀର୍ଘ ୬ ମାସ ହେଲା ଇସ୍ରାଏଲ୍‌ର ଯୁଦ୍ଧ ଲାଗ ରହିଥିବା ବେଳେ ଇରାନ୍‌ ଧମକ ମିଳିବା ପରେ ଇସ୍ରାଏଲ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇସ୍ରଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁାହୁ କହିଛନ୍ତି ଯେ ଇରାନ ଧମକ ଦେବା ପରେ ଆମେ ଉଭୟ ସ୍ଥଳ ସେନା ଓ ବାୟୁସେନାରେ ପ୍ରସ୍ତୁତ ଅଛୁ। 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.