ଫୁଡ୍ କମିଶନରଙ୍କ ନିଯୁକ୍ତି ନେଇ ବର୍ଷିଲେ ଯୋଗାଣ ମନ୍ତ୍ରୀ,କାଉଣ୍ଟର କଲେ ବିଜେଡି ବିଧାୟକ

Published By : Prameya-News7 Bureau | September 04, 2024 IST

ଭୁବନେଶ୍ବର ୪/୯:  ଫୁଡ କମିଶନର ନିଯୁକ୍ତିକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଫୁଡ କମିଶନରଙ୍କ ନିଯୁକ୍ତିକୁ ନେଇ ଖୋଲିଲେ ପୋଲ୍‌ । ବୁଧବାର ବିଧାନସଭାରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଜ୍ଞାନ ନଥିବା ବ୍ୟକ୍ତିଙ୍କୁ କମିଶନର କରି ବସାଇଛନ୍ତି ବିଜେଡି ସରକାର । ଅଣ ଓଡ଼ିଆ ଅଫିସରଙ୍କୁ ଯିଏ ଖୁସି କରିପାରୁଥିଲା ସେ ବ୍ୟକ୍ତିଙ୍କୁ ବସାଇଛନ୍ତି । ଖାଲି ସେତିକି ନୁହେଁ ଏ ବ୍ୟକ୍ତି ଜଣକ ଚୋରା କୋଇଲା ବ୍ୟବସାୟ କରୁଛି । ପାଉଁଶ ଉଠାଣରେ ଲିପ୍ତ ରହି ପଦବୀର ଅପବ୍ୟବହାର କରି ଲୁଟିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । 

କମିଶନର ଜଣେ ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ଅଧିକାରୀ ହୋଇଥାନ୍ତି କିନ୍ତୁ ବିଜେଡି ସରକାର ଏହି ପଦରେ ବିଏ ପାସ୍‌ କରିଥିବା ଜଣେ ଚୋର,ଡକାୟତ ଓ ଠକକୁ କେମିତି ବସାଇଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଅନେକ ଭଲ ବ୍ୟକ୍ତି କମିଶନ ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ବାଦ୍‌ ଦେଇଛନ୍ତି ପୂର୍ବ ସରକାର । ମୁଁ ଆଶ୍ବସ୍ତି ଦେଉଛି କି ଏକ କମିଟି ବସାଇବି ତଦନ୍ତ କରି ନିଯୁକ୍ତିରେ ତ୍ରୁଟି ଥିଲେ ବିତାଡିତ କରିବି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଯୋଗାଣ ମନ୍ତ୍ରୀଙ୍କୁ କାଉଣ୍ଟର କରି କହିଛନ୍ତି ମନ୍ତ୍ରୀ ମାଲିକ ,ଆଜି ସଂଧ୍ୟା ସୁଦ୍ଧା ତାଙ୍କୁ ବାହାର କରିପାରିବେ କି ? 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.