ପଶ୍ଚିମବଙ୍ଗରୁ ଏବେ ଓଡିଶାକୁ ଆସୁନି ଆଳୁ, ଉଚ୍ଚସ୍ତରୀୟ ବୈଠକରେ ହେବ ବଡ଼ ନିଷ୍ପତ୍ତି- ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

Published By : Prameya-News7 Bureau | July 26, 2024 IST

ଭୁବନେଶ୍ୱର ୨୬।୦୭ : ଆଇଗିଣିଆ ସ୍ଥିତ କୁରେପୁରୀ ପରିବା ମଣ୍ଡି ବୁଲିଲେ ମନ୍ତ୍ରୀ । ଅତ୍ୟାବଶକ ସାମଗ୍ରୀର ଦରଦାମ ବୃଦ୍ଧି ସହ କିଣା ଓ ବିକ୍ରି ଦର ନେଇ ଯାଞ୍ଚ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଏବେ ଓଡିଶାକୁ ଆଳୁ ଆସୁନାହିଁ । ପୂର୍ବ ସରକାର କରିଥିବା ଆଳୁ ମିଶନ ଫେଲ ମାରିଛି । ଓଡିଶାରେ ଶୀତଳ ଭଣ୍ଡାର ବି କରି ପାରିନାହାନ୍ତି ପୂର୍ବ ସରକାର । କିଣା ଦର ଠାରୁ ସର୍ବାଧିକ ୬ ଟଙ୍କା ଲାଭ ରଖି ବିକିବା କଥା ।   ହେଲେ କିଛି କିଛି ସ୍ଥାନରେ ଆଳୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଉତ୍ତର ପ୍ରଦେଶରୁ ଆଳୁ ଆଣିବାକୁ ସରକାର ବିଚାର କରୁଛନ୍ତି । ଏନେଇ ଆଜି ଅପରାହ୍ନ ୩ଟାରେ  ଉଚ୍ଚସ୍ତରୀୟ ବୈଠକ ବସିବ । ଯେଉଁମାନେ ଚଢା ଦରରେ ଆଳୁ ବିକୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାରା ରାଜ୍ୟରେ ଚଢାଉ କରିବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । 

  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.