କଟକରେ ଅଘଟଣ, ଦେହରେ ଡ଼ିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ

Published By : Prameya-News7 Bureau | February 19, 2025 IST

କଟକ ୧୯।୦୨: କଟକରେ ଅଘଟଣ। ଦେହରେ ଡିଜେଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲା ନାବାଳକ । ପୁରୀଘାଟ ଥାନା ଅନ୍ତର୍ଗତ ମଠ ସାହିରେ ଅଭାବନୀୟ ଘଟଣା । ନିଜ ଦେହରେ ନିଆଁ ଲଗାଇ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।

ଖବର ଅନୁଯାୟୀ, ମୃତକ ପଶ୍ଚିମବଙ୍ଗ ଅଞ୍ଚଳର ଅଙ୍କନ ଦତ୍ତ। ସେ ମଠସାହି ଗୋପାଳଜିଉ ଲେନରେ ଭଡ଼ା ଘରେ ରହୁଥିଲେ। କଟକର ଏକ କଲେଜରେ ଯୁକ୍ତ ଦୁଇ ପଢୁଥିଲେ। ନାବାଳକ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ତେବେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୁରୀଘାଟ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ସେହି ବିଲ୍ଡିଂ ର ସବୁ ଘରେ ତାଲା ପକାଇ ଦେଇଥିଲେ ଅଙ୍କନ ବୋଲି କହିଛନ୍ତି ପଡୋଶୀ। ଅନ୍ୟପଟେ ଘଟଣାର ତଦନ୍ତ ଦାବି କରିଛନ୍ତି ଅଙ୍କନଙ୍କ ମାଆ। 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.