ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍, ଫାୟାରିଂ କରି ଦମ୍ପତିଙ୍କଠୁ କାନଫୁଲ ନେଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | July 13, 2024 IST

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଜାତୀୟ ରାଜପଥ ୨୦ର ବେଲବାହାଳି ବାଇପାସ ନିକଟରେ ବନ୍ଧୁକ ମୁନରେ ଲୁଟ୍ । ଗୁଳି ଫୁଟାଇ ଦମ୍ପତିଙ୍କ ନିକଟରୁ ଲୁଟିନେଲେ ଦୁର୍ବୃତ୍ତ । ତଦନ୍ତ ଜାରି ରଖିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୋରେଇ ଥାନା ଜଳନ୍ଦା ଗାଁର ଦିଲ୍ଲୀପ ବାରିକ ନିଜ ପତ୍ନୀ ଓ ନିଜ ଝିଅକୁ ନେଇ ଭାଣିଜୀ ବାହାଘର ପାଇଁ କେନ୍ଦୁଝର ଜିଲ୍ଲା ମଲିପଶି ଗାଁକୁ ଯାଇଥିଲେ । ବାହାଘର ସାରି ଶନିବାର ନିଜ ଘରକୁ ଫେରୁଥିବା ସମୟରେ ବେଲବାହାଳି ନିକଟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରିଥିଲେ । ସେମାନଙ୍କୁ ଅଟକାଇ ଭୁଜାଲି ଦେଖାଇବା ସହିତ ବନ୍ଧୁକ ବାହାର କରି ୩ ରାଉଣ୍ଡ ଫାୟାରିଂ କରିଥିଲେ । ସେଠାରେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ମହିଳାଙ୍କ ସୁନା କାନଫୁଲ ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଆନନ୍ଦପୁର ଅଞ୍ଚଳରେ ଏଭଳି ଅନେକ ଘଟଣା ଘଟୁଥିବା ବେଳେ ତୁରନ୍ତ ଚୋରଙ୍କୁ ଧରିବାକୁ ଦାବି ହେଉଛି ।

You Can Read:

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ଜିତିଲେ ସୁଦର୍ଶନ ପଟ୍ଟନାୟକ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.