ଲୁଟ୍‌ର ଶିକାର ସାମ୍ବାଦିକ,କାର୍ କାଚ ଭାଙ୍ଗି ଲାପଟପ,ଟଙ୍କା ନେଇଗଲେ

Published By : Prameya-News7 Bureau | June 17, 2024 IST

କୋଣାର୍କ ୧୭/୬: କୋଣାର୍କରେ ମାତିଛନ୍ତି ଲୁଟେରା । କାର୍‌ କାଚ ଭାଙ୍ଗି ଲୁଟିଲେ । ବାଇକକୁ ବାଡେଇ ଭାଙ୍ଗିଦେଲେ । ଲୁଟ୍‌ର ଶିକାର ହୋଇଛନ୍ତି ଦୈନିକ ଖବରକାଗଜର କୋଣାର୍କ ପ୍ରତିନିଧି ଦୀପ୍ତିରଞ୍ଜନ ପାତ୍ର । ଚନ୍ଦ୍ରଭାଗା ନିକଟ ମତ୍ସ୍ୟ ବିଭାଗ ଅଫିସ ନିକଟରେ ଶେଷ ରଜ ମନାଇବା ପାଇଁ କିଛି ସାଙ୍ଗଙ୍କ ସହ ଆସିଥିଲେ ଦୀପ୍ତିରଞ୍ଜନ । ସେଠାରେ କାର୍‌ ରଖି ଭୋଜି କରୁଥିବାବେଳେ କିଛି ଦୁର୍ବୃତ୍ତ କାର୍‌ର ଝରକା କାଚ ଓ ମିରରକୁ ଭାଙ୍ଗି ଭିତରେ ଥିବା HP କଂପାନୀର ଲାପଟପ ସହ କିଛି ଟଙ୍କା ଓ କାଗଜ ପତ୍ର ନେଇଯାଇଛନ୍ତି । କେବଳ ସେତିକି ନୁହେଁ ପାଖରେ ଥିବା ବାଇକକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ଆଖିରେ ଧୁଳି ଦେଇ ଲୁଟେରା ଲୁଟ୍‌ପାଟ୍‌ କରୁଥିବାବେଳେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଲୁଟେରାଙ୍କୁ ଧରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । 

You Can Read:

ଖସିଗଲେ ୩ ଶିକାରୀ,ଜଣକୁ ବାନ୍ଧିଲା ବନବିଭାଗ, ବାର୍‌ହା ମୃତଦେହ ଜବତ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.