ଗହଣା ଦୋକାନରେ ବୁଲାଇଲେ କଳାକନା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

Published By : Prameya-News7 Bureau | October 12, 2024 IST

ଭୋଗରାଇ ୧୨।୧୦: ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା । ଶୁକ୍ରବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କୁସୁଡ଼ା ଗ୍ରାମରେ ଦୈନିକ ବଜାରରେ ଥିବା ଅଳଙ୍କାର ଦୋକାନରୁ ଲୁଟ୍ କରିଥିଲେ ଲୁଟେରା । ଲୁଟେରା ମାନେ ଘର ଭାଙ୍ଗି ୨୦ ଗ୍ରାମ ସୁନା ଓ ୫୦୦ ଗ୍ରାମ ରୁପା ଲୁଟ୍ କରି ନେଇଛନ୍ତି । ଏ ସମ୍ପର୍କରେ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି । 

କୁସୁଡ଼ା ଗ୍ରାମର ବିକ୍ରମ କାମିଳା ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ପର ଦିନ ସକାଳୁ ଆସି ଦୋକାନ ଘର ଭାଙ୍ଗି ଗହଣା ଲୁଟ୍ ହୋଇଥିବା ବିକ୍ରମ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କାମର୍ଦ୍ଦା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

You Can Read:

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.