ମରାମତି ପାଇଁ ଗ୍ୟାରେଜ ଆସିଥିଲା ଆମ୍ବୁଲାନ୍ସ, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | August 17, 2024 IST

ଜଗତସିଂହପୁର ୧୭: ଜଗତସିଂହପୁର ସହର ସ୍ଥିତ ଏକ ଗ୍ୟାରେଜରେ ମରାମତି ପାଇଁ ଆସିଥିବା ଏକ ଘରୋଇ ଆମ୍ବୁଲାନ୍ସକୁ ପୋଡିଦେଲେ ଦୁର୍ବୃତ୍ତ । କେହି ଅଜଣା ଦୁର୍ବୃତ୍ତମାନେ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେବା ପରେ ସାରା ଗ୍ୟାରେଜରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲା । ଘଟଣା ସନ୍ଧ୍ୟାରେ ମରାମତି ପାଇଁ ଆମ୍ବୁଲାନ୍ସକୁ ମାଲିକ ଗ୍ୟାରେଜକୁ ଆଣିଥିଲେ । ଶନିବାର ସକାଳୁ ଗ୍ୟାରେଜ ମାଲିକ ଘଟଣା ସମ୍ପର୍କରେ ଜାଣିବା ପରେ ଗାଡି ମାଲିକଙ୍କୁ ଖବର ଦେଇଥିଲେ । ନିକଟରେ ଲାଗିଥିବା ସିସିଟିଭି ତାରକୁ କାଟିଦେବା ପରେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସଦର ଥାନାରେ ଗାଡି ମାଲିକ ଏତଲା ଦେଇଛନ୍ତି ।

You Can Read:

ଲୁଣା ନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.