୨୭ ବର୍ଷ ପରେ ଭାରତକୁ ଫେରିଲା ମିସ୍‌ ଓ୍ବାର୍ଲଡ ପ୍ରତିଯୋଗିତା, ୭୧ ତମ ସଂସ୍କରଣର କରିବ ଆୟୋଜନ

Published By : Prameya-News7 Bureau | June 08, 2023 IST

ନୂଆଦିଲ୍ଲୀ, ୦୮/୦୬: ୨୭ ବର୍ଷ ପରେ ଭାରତକୁ ଫେରିଲା ମିସ୍‌ ଓ୍ବାର୍ଲଡ ପ୍ରତିଯୋଗିତା। ଦୁନିଆର ସବୁଠୁ ବଡ଼ ସମାରୋହ ମଧ୍ୟରୁ ଗୋଟିଏ ମିସ୍‌ ଓ୍ବାର୍ଲ୍ଡ ପେଜେଣ୍ଟ ପ୍ରତିଯୋଗିତା ୨୭ ବର୍ଷ ପରେ ଭାରତକୁ ଫେରିଛି। ଅର୍ଥାତ୍‌ ଚଳିତ ଥର ଭାରତରେ ଆୟୋଜନ ହେବାକୁ ଯାଉଛି ମିସ୍‌ ଓ୍ବାର୍ଲ୍ଡ ୨୦୨୩ ବିଉଟି ପେଜେଣ୍ଟ। ଏନେଇ ଗତଥରର ମିସ୍‌ ଓ୍ବାର୍ଲ୍ଡ ବିଜେତା କାରୋଲିନା ବିଲାସ୍କା ଗୁରୁବାର ଏନେଇ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟରେ ମିସ୍‌ ଓ୍ବାର୍ଲ୍ଡ ସଂଗଠନର ଅଧ୍ୟକ୍ଷ ଏବଂ ସିଇଓ ଜିୟା ମୋରଲେ ମଧ୍ୟ ଉପସ୍ଥିତ ଥିଲେ।

ଏହି ସୁନ୍ଦରୀ ପ୍ରତିଯୋଗିତାରେ ସାମିଲ୍ ହେବା ପାଇଁ ୧୩୦ରୁ ଅଧିକ ଦେଶର ପ୍ରତିଯୋଗୀ ଭାରତ ଆସିବେ। ଆଉ ଏଠାରେ ତାଙ୍କର ଯୋଗ୍ୟତା ପ୍ରଦର୍ଶନ କରିବେ। ଏହି ସମୟରେ ସମସ୍ତ ପ୍ରତିଯୋଗୀ ଅନେକ ପର୍ଯ୍ୟାୟରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ପ୍ରତିଯୋଗୀଙ୍କୁ ଗୋଟିଏ ମାସରେ ଅନେକ ପର୍ଯ୍ୟାୟ ଦେଇ ଯିବାକୁ ହେବ। ଏହାପରେ ବର୍ଷ ଶେଷ ଅର୍ଥାତ୍ ନଭେମ୍ବର/ଡିସେମ୍ବର ମାସରେ ପ୍ରତିଯୋଗିତା ଅନ୍ତିମ ରାଉଣ୍ଡ ଅର୍ଥାତ୍ ଫାଇନାଲ ରାଉଣ୍ଡ ହେବ ଏବଂ ନୂଆ ମିସ୍‌ ଓ୍ବାର୍ଲ୍ଡ ମିଳିବେ।

ଆହୁରି ପଢ଼ନ୍ତୁ: ଐଶ୍ବର୍ଯ୍ୟା ରାୟ ବଚ୍ଚନ: ଆଲିସାନ୍ ବଙ୍ଗଳାର କୁଇନ୍, ସୌନ୍ଦର୍ଯ୍ୟ ଓ ସମ୍ପତ୍ତିରେ ନଂ-୧

ଏହା ପୂର୍ବରୁ ୧୯୯୬ରେ ଭାରତ ଏହାକୁ ହୋଷ୍ଟ କରିଥିଲା। ସେହିପରି ରୀତା ଫାରିୟା ପ୍ରଥମ ଭାରତୀୟ ଯିଏ ୧୯୬୬ରେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ଭାରତ ଏହି ପ୍ରତିଯୋଗିତାରେ ୬ଥର ବିଜୟୀ ହୋଇଛି। ୧୯୯୪ରେ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ମିସ୍‌ ଓ୍ବାର୍ଲ୍ଡ ମୁକୁଟ ପିନ୍ଧିଥିଲେ। ଏହା ପରେ ୧୯୯୭ରେ ଡାୟନା ହେଡନ, ୧୯୯୯ରେ ୟୁକ୍ତା ମୁଖୀ ଏବଂ ୨୦୦୦ରେ ପ୍ରିୟଙ୍କା ଚୋପ୍ରା ଜିତିଥିଲେ। ଏହା ପରେ ୨୦୧୭ରେ ମାନୁଷୀ ଛିଲ୍ଲର ଜିତିଛନ୍ତି। ମିସ୍‌ ଓ୍ବାର୍ଲ୍ଡ ଜିତିବା ପରେ ଏମାନେ ଖୁବ୍ ଲୋକପ୍ରିୟ ହୋଇଥିଲେ। ଐଶ୍ବର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଫିଲ୍ମ ଜଗତ​‌ରେ ଖୁବ୍ ନାମ ଅର୍ଜନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖୁବ୍‌ ଶୀଘ୍ର ଆସୁଛି ରିଆଲିଟି ଶୋ’ ଡ୍ୟାନ୍ସ ପ୍ଲସ୍‌, OTT ପ୍ଲାଟ୍‌ଫର୍ମରେ ହେବ ଷ୍ଟ୍ରିମ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.