ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ ମାଡ଼ିଗଲା ମୋ ବସ, ଜଣେ ଗୁରୁତର

Published By : Prameya-News7 Bureau | February 25, 2025 IST

ଭୁବନେଶ୍ୱର ୨୫/୦୨: ମୃତ୍ୟୁର ଦାନବ ସାଜିଛି ମୋ ବସ୍ । ଭୁବନେଶ୍ୱର ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ ମାଡ଼ିଗଲା ମୋ ବସ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ ଅଟୋକୁ ଅପେକ୍ଷା କରୁଥିବା ବେଳେ ମୋ ବସ୍ ରୁଟ ନମ୍ବର ୨୩ଗାଡ଼ିଟି ବାଡେଇଦେଇଥିଲା । ଯାହାଫଳରେ ଯୁବକ ରଞ୍ଜିତ ବେହେରାଙ୍କ ଡାହାଣ ଗୋଡ ଆଘାତ ଲାଗିଛି । 

ସୂଚନା ଥାଉକି, ପୁରୀର ରଞ୍ଜିତ ବେହେରା ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍‌ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲେ। ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଗତ ସପ୍ତାହରେ ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଥିଲା ଏହି  ଭୟଙ୍କର ଦୁର୍ଘଟଣା । ରାସ୍ତା କଡରେ ଅପେକ୍ଷାରତ ଲୋକଙ୍କ ଉପରକୁ ମୋ ବସ୍ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳଥିଲା । 

ଦୁର୍ଘଟଣା ଘଟିବା ପରେ ମୋ ବସଟି ଶିକ୍ଷୟିତ୍ରୀଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା  । ସେପଟେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.