ଘରେ କିମ୍ବା ଗାଡିରେ ଫୋନ୍ ରଖି ବୁଥ୍‌କୁ ଆସନ୍ତୁ, ମତଦାତାଙ୍କୁ ଅପିଲ କଲେ ସିଇଓ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ବର ୨୫/୫: ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ନେଇପାରିବେନି ମୋବାଇଲ ଓ ସ୍ମାର୍ଟ ୱାଚ । ମୋବାଇଲ ଅଫ କରି ମଧ୍ୟ ଭିତରକୁ ଯାଇପାରିବେନି ଭୋଟର । ଫୋନ ସାଙ୍ଗରେ ନ ନେଇ ମତଦାନ କରିବାକୁ ସବୁ ମତଦାତାଙ୍କୁ ପ୍ରେସ୍‌ମିଟ୍‌ ଜରିଆରେ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । 

ଫୋନ ଘରେ କିମ୍ବା ଗାଡିରେ ରଖି ଭୋଟ୍‌ କେନ୍ଦ୍ରକୁ ଆସିବାକୁ ଅପିଲ କରିଛନ୍ତି ସିଇଓ । ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା । ସକାଳୁ ଗୁଳୁଗୁଳି ଓ ଗରମ ସତ୍ତ୍ବେ ଭୋଟରମାନେ ପ୍ରତି ବୁଥ୍‌ରେ ଭିଡ ଲଗାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.