ଘାତକ ବୋଲିଂରେ ଘାଇଲା କାରବିୟାନ, ମହମ୍ମଦ ସିରାଜଙ୍କୁ ପଞ୍ଝା, କପିଲ ଦେବଙ୍କ ୫ ଓ୍ବିକେଟ୍ ତାଲିକାରେ ସାମିଲ

Published By : Prameya-News7 Bureau | July 24, 2023 IST

ମୁମ୍ବାଇ: ଓ୍ବେଷ୍ଟ-ଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ।  ଦ୍ବିତୀୟ ଇନିଂସରେ ମଜବୁତ୍ ସ୍ଥିତିରେ  ରହିଛି ଟିମ୍ ଇଣ୍ଡିଆ । ଘରୋଇ ଦଳକୁ ୩୬୫ରନ୍ ଟାର୍ଗେଟ୍ ଦେଇଛି ଭାରତ । ତେବେ ଦ୍ବିତୀୟ ଟେଷ୍ଟରେ ସିରାଜ୍ ଧମାକା ଦେଖିବାକୁ ମିଳିଛି । ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଘାଇଲା ହୋଇଛନ୍ତି କାରବିୟାନ ବ୍ୟାଟର । ପ୍ରଥମ ଇନିଂସରେ ୫ ଓ୍ବିକେଟ୍ ନେଇ ରେକର୍ଡ କରିଛନ୍ତି । ତାଙ୍କ ପୂର୍ବର ଓ୍ବେଷ୍ଟ-ଇଣ୍ଡିଜରେ କପିଲ୍ ଦେବ, ଇଶାନ୍ତ ଶର୍ମା, ଭୁବନେଶ୍ବର କୁମାର, ଜସପ୍ରିତ୍ ବୁମରା, ଅଭୟ କୁରଓ୍ବାଲା ଏବଂ ଭେଙ୍କଟସ୍ ପ୍ରସାଦ ଗୋଟିଏ ଇନିଂସରେ ପା଼ଞ୍ଚ ଓ୍ବିକେଟ୍ ଲେଖାଏଁ ନେଇଛନ୍ତି ।

wp:embed {"url":"https://www.prameyanews7.com/west-indies-need-289-runs-to-win-port-of-spain-test-match/","type":"wp-embed","providerNameSlug":"prameya-news-7"}
https://www.prameyanews7.com/west-indies-need-289-runs-to-win-port-of-spain-test-match/
/wp:embed

ଓ୍ବେଷ୍ଟ-ଇଣ୍ଡିଜରେ ଘରୋଇ ଦଳ ବିରୋଧରେ ୫ ଓ୍ବିକେଟ୍ ନେବାରେ ସବୁଠାରୁ ଆଗରେ ରହିଛନ୍ତି ଇଶାନ୍ତ ଶର୍ମା । ନିଜ ଟେଷ୍ଟ କ୍ୟାରିୟରରେ ଓ୍ବେଷ୍ଟ-ଇଣ୍ଡିଜରେ ଘରୋଇ ଦଳ ବିପକ୍ଷରେ ୩ଥର ୫ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ସେହିପରି ଯଶପ୍ରିତ୍ ବୁମରା ଓ କପିଲ୍ ଦେବ ଦୁଇ ଥର ଲେଖାଏଁ ୫ ଓ୍ବିକେଟ୍ ନେଇଛନ୍ତି । ସେହିଭଳି ଭୁବନେଶ୍ବର କୁମାର ଓ ଅଭୟ କୁରଓ୍ବାଲା ଗୋଟି ଥର ପାଞ୍ଚ ଓ୍ବିକେଟ୍ ନେଇଛନ୍ତି ।

wp:embed {"url":"https://www.prameyanews7.com/ishan-kishan-thanks-rishabh-pant/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ishan-kishan-thanks-rishabh-pant/
/wp:embed

ଓ୍ବେଷ୍ଟ-ଇଣ୍ଡିଜ୍ ଓ ଭରାତ ମଧ୍ୟରେ ଦ୍ବିତୀୟ ଟେଷ୍ଟ ଜାରି ରହିଛି । ଟିମ୍ ଇଣ୍ଡିଆ ସିରିଜକୁ ହ୍ବାଇଟ୍ ଓ୍ବାସ୍ କରିବା ଲକ୍ଷ୍ୟରେ ରହିଛି । ଘରୋଇ ଦଳ ସାମ୍ନାରେ ବିଜୟ ଲକ୍ଷ୍ୟ ୩୬୫ ରନ ରହିଥିବା ବେଳେ ସିରିଜ୍ କବଜା ପାଇଁ ରୋହିତ୍-ଆଣ୍ଡ-କୋ ମାତ୍ର ୮ ଓ୍ବିକେଟ୍ ଆବଶ୍ୟକ । ଆଜି ପଞ୍ଚମ ଦିନରେ ଭାରତ ଶୀଘ୍ର ମ୍ୟାଚ ଶେଷ କରିବାକୁ ଉଦ୍ୟମ କରିବ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.