ଓଡିଶାକୁ ମିଳିବ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ : କଡା ସୁରକ୍ଷା ବଳୟରେ ଜନତା ମଇଦାନ

Published By : Prameya-News7 Bureau | June 12, 2024 IST

ଭୁବନେଶ୍ବର ୧୨।୬: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଏକ ଐତିହାସିକ ସମାରୋହର ସାକ୍ଷୀ ହେବେ ସବୁ ଓଡ଼ିଶାବାସୀ। ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ସରକାର ଗଢିବ। ଏ ସରକାରର ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଟାଣୁଆ ନେତା ମୋହନ ମାଝୀ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ପାଇଁ ବୁଧବାର ଅପରାହ୍ନରେ ଜନତା ମଇଦାନରେ ଏକ ଭବ୍ୟ ସମାରୋହ ହେବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହିତ ପୁରା ମନ୍ତ୍ରିମଣ୍ଡଳ ଶପଥ ନେବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବହୁ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହେବେ। 

ଏହି ସମାରୋହରେ ସାମିଲ ହେବା ପାଇଁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି। ଶପଥ ଉତ୍ସବରେ ସାମିଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ଆସିବେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ସମାରୋହରେ ସାମିଲ ହେବା ପରେ ସେ ଭୁବନେଶ୍ବର ଅଭିମୁଖେ ବାହାରିବେ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ଭୁବନେଶ୍ବରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ରାଜଭବନ ଯିବେ। ସେଠାରେ ପ୍ରାୟ ଦୁଇ ଘଣ୍ଟା ରହିବେ। ସାଢେ ୪ଟାରେ ଜନତା ମଇଦାନ ଅଭିମୁଖେ ବାହାରିବେ। 

ଶପଥ ସମାରୋହ ପାଇଁ ଜନତା ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜଭବନରୁ ଜନତା ମଇଦାନ ଯାଏ ରାସ୍ତାର ଉଭୟ ପାର୍ଶ୍ବକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜାଯାଇଛି । ବିଜେପି ବିଧାୟକ ଦଳ ନେତା ତଥା ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ରାଜଭବନକୁ ଯାଇଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଥିଲେ।

You Can Read :

ଭାରସାମ୍ୟ ହରାଇ ଖାଇକୁ ଓଲଟିଲା ବସ୍; ୩ ଗୁରୁତର, ୨୦ରୁ ଅଧିକ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.