ଭାରସାମ୍ୟ ହରାଇ ଖାଇକୁ ଓଲଟିଲା ବସ୍; ୩ ଗୁରୁତର, ୨୦ରୁ ଅଧିକ ଆହତ

Published By : Prameya-News7 Bureau | June 12, 2024 IST

ନୂଆଦିଲ୍ଳୀ ୧୨।୦୬: ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ବସ୍ ଡ୍ରାଇଭର ହଠାତ୍ ଭାରସାମ୍ୟ ହରାଇ ୨୦ ମିଟର ଗଭୀରରେ ଥିବା ଏକ ଖାଲରେ ପଡିଯାଇଛି। ବସ୍‌ରେ ପ୍ରାୟତଃ ୨୭ ଜଣ ଲୋକ ଥିଲେ। ଯେଉଁଥିରୁ ୨୧ ଜଣଙ୍କୁ ବାହାରକୁ ଅଣାଯାଇଛି । ଗୁରୁତର ଅବସ୍ଥାରେ ତିନିଜଣଙ୍କ ସମେତ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। 

ବସ୍ ଖସିଯିବା ପରେ ରାଜପଥରେ ଯାନବାହାନ ଚଳାଚଳ କିଛି ସମୟ ପାଇଁ ଅଟକି ଯାଇଥିଲା। ସୂଚନା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ଲୋକମାନେ ଆହତ ହୋଇଛନ୍ତି। କିନ୍ତୁ କାହାର କୌଣସି ଜନ-ଜୀବନ ହାନି ହୋଇନାହିଁ।

କୁହାଯାଉଛି ଯେ ବସ୍ ଭକ୍ତମାନଙ୍କୁ ନେଇ ଯାଉଥିଲା। ହଠାତ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଲା । ଏହା ପରେ ବସ୍ ସିଧା ଏକ ଗଭୀର ଖାଲରେ ଖସି ପଡିଥିଲା । ଉଦ୍ଧାରକାରୀ ଦଳ ତୁରନ୍ତ ଆହତମାନଙ୍କୁ ବାହାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲା। ତିନି ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.