ରାଜଧାନୀରୁ ପୁଣି ଟଙ୍କା ଜବତ, କାର ଭିତରୁ ମିଳିଲା ପାଞ୍ଚଲକ୍ଷ

Published By : Prameya-News7 Bureau | May 22, 2024 IST

ଭୁବନେଶ୍ୱର  ୨୨/୦୫: ନିର୍ବାଚନ ବେଳେ ଜବତ ହେଉଛି ପୁଳା ପୁଳା ଟଙ୍କା । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରେ ଜବତ ହୋଇଛି ୫ ଲକ୍ଷ ଟଙ୍କା । ଏହି ଟଙ୍କାକୁ ଏୟାରପୋର୍ଟ ଥାନାର ଜିମ୍ମା ଦିଆଯାଇଛି । 

ଟଙ୍କାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିଡିପିଓଙ୍କ ଜିମା ଦିଆଯିବ । ଏହାପରେ ଟଙ୍କାକୁ ସରକାରୀ ଖାତାରେ ଟ୍ରେଜେରୀରେ ଜମା ରଖାଯିବ । ଏହି ଟଙ୍କା ଲିଙ୍ଗରାଜ ଥାନା ଅଧିନ କପିଳ ପରସାଦ ଅଞ୍ଚଳର ରାଜେନ୍ଦ୍ର ଚମ୍ପତ୍ତିରାୟ ନାମକ ଯୁବକ ଧରି ଯାଉଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.