ନୂଆ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ, ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚ ଶିକ୍ଷା ବିଭାଗ

Published By : Prameya-News7 Bureau | June 15, 2024 IST

ଭୁବନେଶ୍ଵର: ଶପଥ ଗ୍ରହଣ କରିବାର ତିନି ଦିନ ପରେ ମୋହନ ମାଝୀ ସରକାରଙ୍କ ମନ୍ତ୍ରି ପରିଷଦର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକ ସଂପର୍କ ରଖିଛନ୍ତି। ଏହା ସହିତ ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ମଧ୍ୟ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ। କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା। ଆଉ ଏହା ଉପରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। 

ତେବେ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାହାରିକୁ ଆବଣ୍ଟନ କରାଯାଇନି । ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ୬ଟି ବିଭାଗକୁ ନିକଟ ଭବିଷ୍ୟତରେ ଆଉ କିଛି ମନ୍ତ୍ରୀଙ୍କୁ ସାମିଲ କରି ଅନ୍ୟ କାହାକୁ ଆବଣ୍ଟନ କରାଯାଇପାରେ । ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୨ ଜଣ ମନ୍ତ୍ରୀ  ରହିବାର ବ୍ୟବସ୍ଥା ରହିଛି। ତେବେ ନୂଆ ସରକାର ନିଜର ମନ୍ତ୍ରିମଣ୍ଡଳର ସଂଖ୍ୟାକୁ ୧୬ଜଣଙ୍କ ମଧ୍ୟରେ ସୀମିତ ରଖିଛି ।

କାହାକୁ କେଉଁ ବିଭାଗ

ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇ ଥିବା ଅନ୍ୟ ବିଭାଗ)

ଉପମୁଖ୍ୟମନ୍ତ୍ରୀ

୧) କନକ ବର୍ଦ୍ଧନ ସିଂହ ଦେଓ – କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି

୨) ପ୍ରଭାତୀ ପରିଡ଼ା – ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ

କ୍ୟାବିନେଟ୍ ମନ୍ତ୍ରୀ

୧) ସୁରେଶ ପୂଜାରୀ – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା

୨) ରବି ନାରାୟଣ ନାୟକ – ଗ୍ରାମ୍ୟ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟ ଜଳ

୩) ନିତ୍ୟାନନ୍ଦ ଗଣ୍ଡ – ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ

୪) କୃଷ୍ଣଚନ୍ଦ୍ର ପାତ୍ର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ

୫) ପୃଥ୍ୱୀରାଜ ହରିଚନ୍ଦନ – ଆଇନ୍‌, ପୂର୍ତ୍ତ ଓ ଅବକାରୀ

୬) ଡ. ମୁକେଶ ମହାଲିଙ୍ଗ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ

୭) ବିଭୁତି ଭୂଷଣ ଜେନା – ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି

୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ

ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ

୧) ଗଣେଶ ରାମ ସିଂ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା

୨) ସୂର୍ଯ୍ୟବଂଶୀ ସୂରଜ – ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି

୩) ପ୍ରଦୀପ ବଳସାମନ୍ତ – ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ

୪) ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ୟ ଓ ମଧ୍ୟମ ଉଦ୍ଦ୍ୟୋଗ

୫) ସମ୍ପଦ ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.