ମଙ୍କିପକ୍ସକୁ ନେଇ ବିଶ୍ବରେ ସ୍ବାସ୍ଥ୍ୟ ସଂକଟ; ଭାରତରେ ସଂକ୍ରମିତଙ୍କ ସଂଖ୍ୟା କେତେ ?

Published By : Prameya-News7 Bureau | August 20, 2024 IST

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ବିଶ୍ବରେ ସ୍ବାସ୍ଥ୍ୟ ସଂକଟ ଦେଖାଦେଇଛି । ଅଫ୍ରିକାରେ କାୟା ମେଲାଇଥିବା ଏହି ଭାଇରସ୍ ପୂରା ବିଶ୍ବକୁ କବଳିତ କରିବାକୁ ବସିଛି । ପ୍ରଥମେ କଙ୍ଗୋ ଗଣରାଜ୍ୟରେ ଆରମ୍ଭ ହୋଇଥିଲା ମଙ୍କିପକ୍ସ । ଏହା ପରେ ଆଫ୍ରିକାର ୧୩ଟି ରାଜ୍ୟରେ କାୟାବିସ୍ତାର କରିଥିଲେ । ଏବେ ସ୍ବିଡେନ, ପକିସ୍ତାନ ସହିତ ଫିଲିପାଇନ୍ସରେ ଚିହ୍ନଟ ହୋଇଛି ଭୂତାଣୁ । 


Also Read: କୋଭିଡ ସହ ଅଛି କି MPOX ଲିଙ୍କ? ଜବାବ ରଖିଲା WHO


ଚଳିତ ବର୍ଷ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ପ୍ରାୟ ୧୭ ହଜାର କେସ୍ ସାମ୍ନାକୁ ଆସିଛି । ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇ ୫ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମଙ୍କିପକ୍ସ ପ୍ରଥମେ କଙ୍ଗୋ ଉପକୂପରେ ଚିହ୍ନଟ ହୋଇଥିଲା । କିଛି ଦିନ ତଳେ ସ୍ବିଡେନ ଏବଂ ପାକିସ୍ତାନରେ ଏମପକ୍ସ ଆକ୍ରନ୍ତ ଚିହ୍ନଟ ହୋଇଥିଲେ । ଏବେ ଫିଲିଫାଇନ୍ସରେ ଜଣେ ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ୩୩ ବର୍ଷୀୟ ଯୁବକଙ୍କ ଠାରେ ଏହି ରୋଗ ଲକ୍ଷଣ ଦେଖାଯାଇଛି । ଜ୍ବର ଆସିବା ସହିତ ଶରୀରରେ ବସନ୍ତ ଭଳି ଫଟକା ଦେଖିବାକୁ ମିଳିଛି । ଅନ୍ୟପଟେ ମଙ୍କିପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହେଲଥ୍ ଏମର୍ଜେନ୍ସି ଜାରି କରିଛି । 

ଭାରତରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି  କିମ୍ବା ମଙ୍କିପକ୍ସ ଲକ୍ଷଣ କୌଣସି ବ୍ୟକ୍ତି ଠାରେ ଦେଖିବାକୁ ମିଳିନାହିଁ । ଗତ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏମପକ୍ସ ନେଇ ରିଭ୍ୟୁ ମିଟିଂ ଡାକିଥିଲେ । ବିଦେଶ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଦେଶର ବିଭିନ୍ନ ଏୟାରପୋର୍ଟ, ବନ୍ଦର ସିଟିରେ ଅନ୍ୟ ସ୍ଥାନ ମାନଙ୍କରେ କଡ଼ା ନଜର ରଖାଯାଇଛି । ହସ୍ପିଟାଲରେ ମଙ୍କିପକ୍ସ ଟେଷ୍ଟିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୦୨୨ରେ ଭାରତରେ ପ୍ରଥମ ମଙ୍କିପକ୍ସ କେସ୍ ସାମ୍ନାକୁ ଆସିଥିଲା । ମଧ୍ୟପ୍ରାଚ୍ୟରୁ ଆସିଥିବା ଜଣେ ୩୫ ବର୍ଷୀୟ ଯୁବକଙ୍କ ଠାରେ ଭାଇରସ ଚିହ୍ନଟ ହୋଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ୨୦୨୨ ପର୍ଯ୍ୟନ୍ତ ୯୯,୧୭୬ ସଂକ୍ରମିତ ଟିହ୍ନଟ ହୋଇଥିଲା । ଏମାନଙ୍କ ମଧ୍ୟରୁ ୨୦୮ଜଣ ପ୍ରାଣ ହରାଇଥିଲେ । ... 

 

  • Monkeypox
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.