ଚନ୍ଦ୍ରଯାନ-୩ ନଜରରେ ଏମିତି ଦେଖାଯାଉଛନ୍ତି ଜହ୍ନମାମୁଁ, Video ସେୟାର କରି ଝଲକ ଦେଖାଇଲେ ଇସ୍ରୋ

Published By : Prameya-News7 Bureau | August 18, 2023 IST

ବେଙ୍ଗାଲୁରୁ ୧୮।୮: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଜହ୍ନର ନୂଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଚନ୍ଦ୍ରଯାନ-୩ରୁ ଜାରି ହୋଇଛି। ଯାହାକୁ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲପିଡିସି)ରୁ ଏହାକୁ ରେକର୍ଡ କରାଯାଇଛି। ଏହି ଭିଡିଓ ସେହି ସମୟର ଯେତେବେଳେ ଲ୍ୟାଣ୍ଡର ପ୍ରୋପଲସନ୍‌ ମଡ୍ୟୁଲ ସହ ସମ୍ପୃକ୍ତ ଥିଲା। ଏଲପିଡିସି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ସହ ସଂଯୁକ୍ତ ୮ ସେନସର ମଧ୍ୟରୁ ଅନ୍ୟତମ।

ଚନ୍ଦ୍ରଯାନ-୩କୁ ବଡ଼ ସଫଳତା, ସ୍ପେସ୍‌କ୍ରାଫ୍ଟରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

ଇସ୍ରୋଙ୍କ ‘ଏକ୍ସ’ (ଟ୍ୱିଟ୍) ଅନୁସାରେ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା ଅଗଷ୍ଟ ୧୫ ତାରିଖ ଦିନ ଏହି ଭିଡିଓ ରେକର୍ଡ କରିଥିଲା। ଏହି ଭିଡିଓରେ ଚନ୍ଦ୍ରର କ୍ରାଟର ଦୃଶ୍ୟ ଦେଖାଯାଉଛି। ଏହାଛଡା ଲ୍ୟାଣ୍ଡର ଇମେଜର (ଏଲଆଇ) ମଧ୍ୟ ଅନ୍ୟ ଏକ ଛବି କ୍ୟାପଚର କରିଛି। ଏହି ଭିଡିଓ ରେ ପୃଥିବୀର ଏକ କ୍ଷୁଦ୍ର ରୂପକୁ ଦେଖାଯାଉଛି। ଇସ୍ରୋଙ୍କ ସୂଚନା ଅନୁସାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ(ଏଲଏମ)ର ସ୍ଥିତି ସ୍ୱଭାବିକ ଅଛି। ସେହି ଅନୁସାରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲର ‘ଡିବୁଷ୍ଟିଂ’ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି। ଏହା ସହିତ ଚନ୍ଦ୍ରଯାନ ଚନ୍ଦ୍ରଙ୍କ ଆହୁରି ନିକଟତର ହୋଇଛି।

wp:html /wp:html

ଚନ୍ଦ୍ରଯାନ-୩ରେ ଲାଗିଥିବା ଏଲପିଡିସି ସେନସର ଚନ୍ଦ୍ରର ଭିଡିଓ କରିଛି। ଏହା ମାଧ୍ୟମରେ ଚନ୍ଦ୍ରଯାନ ନିଜର ଲ୍ୟାଣ୍ଡିଂ ନିମନ୍ତେ ପରଫେକ୍ଟ ଲୋକେସନ ମଧ୍ୟ ଚିହ୍ନଟ କରିବ। ଏହା ଦ୍ୱାରା ଚନ୍ଦ୍ରଯାନ-୩ କୌଣସି କ୍ରେଟରରେ ଓହ୍ଲାଇଯିବନିତ ଏହା ସୁନିଶ୍ଚିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଏପରି ସେନସର ଚନ୍ଦ୍ରଯାନ-୨ ମଧ୍ୟ ଲାଗିଥିଲା। ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଖୁବ୍ ନିକଟତର ହୋଇଛି। ଏଥିରେ ଶୁକ୍ରବାର ଚନ୍ଦ୍ରଯାନକୁ ଏକ ବଡ଼ ସଫଳତା ମିଳିଛି। ଇସ୍ରୋଙ୍କ ଅନୁସାରେ ଅପରାହ୍ନ ପ୍ରାୟ ୪ଟା ବେଳେ ଲ୍ୟାଣ୍ଡର ମଡ୍ୟୁଲକୁ ଡି ବୁଷ୍ଟ କରାଯାଇଛି।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରୁ ଉଠିଲା ପୃଥିବୀ ଓ ଚନ୍ଦ୍ରର ଫଟୋ, ଜାରି କଲେ ISRO

ଏହି ଡି ବୁଷ୍ଟିଂ ପରେ ଲ୍ୟାଣ୍ଡର ଚନ୍ଦ୍ରମାର ଆଉ ଟିକେ ନିମ୍ନ କକ୍ଷକୁ ଓହ୍ଲାଇ ଯାଇଛି। ତେବେ ଲ୍ୟାଣ୍ଡର ମଡ୍ୟୁଲ ଏବେବି ଭଲସ୍ଥିତିରେ ଥିବା ଇସ୍ରୋ ସୂଚିତ କରିଛନ୍ତି। ଏବେ ଦ୍ୱିତୀୟ ଡିବୁଷ୍ଟିଂ ଅପରେସନ ୨୦ ଅଗଷ୍ଟ ୨୦୨୩କୁ ନିର୍ଦ୍ଧାରିତ  ହୋଇଛି। ଏହା ପରେ ଅଗଷ୍ଟ ୨୩ ତାରିଖ ଦିନ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରଯାନ-୩ ପ୍ରୋପଲସନ ମଡ୍ୟୁଲରୁ ପୃଥକ ହେବା ପରେ ବିକ୍ରମ ଲ୍ୟାଣ୍ଡର ନିଜକୁ ନିଜେ ପରବର୍ତ୍ତି ଦୂରତା ଅତିକ୍ରମ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.