ମୁରାଦାବାଦରେ ବର୍ବରତା; ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଏସିଡି ଢାଳି ଲିଭାଇରେ ଓଁ ଚିହ୍ନ

Published By : Prameya-News7 Bureau | March 06, 2025 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁରାଦାବାଦରେ ଚାଞ୍ଚଲ୍ୟ । ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ । ୪ଜଣ ଯୁବକ ଜଣେ ୧୪ ବର୍ଷୀୟା ଝିଅକୁ ଅପହରଣ କରି ଦୁଇ ମାସ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ  ଦୁଷ୍କର୍ମ ନୁହେଁ ଶାରିରୀକ ନିର୍ଯାତନା ମଧ୍ୟ ଦେଇଛନ୍ତି । ନାବାଳିକାର ହାତରେ ଥିବା ଓମ୍ ଚିହ୍ନକୁ ଲିଭାଇ ପାଇଁ ଏସିଡ୍ ଢାଳିଛନ୍ତି ଜହ୍ଲାଦ । ପୀଡିତା କିଛି ଖାଇବାକୁ ମାଗିଲେ ତାଙ୍କୁ ଜୋର୍ ଜବରଦସ୍ତି ଗୋମାଂସ ଖୁଆଇ ଦେଉଥିଲେ ଅଭିଯୁକ୍ତମାନେ ।

ସୂଚନା ଅନୁଯାୟୀ, ପ୍ରାୟ ୨ ମାସ ଧରି ଝିଅଟି ସହିତ ଏଭଳି ନିଷ୍ଠୁରତା ଜାରି ରହିଥିଲା । ପୀଡିତାଙ୍କ ଖୁଡ଼ି ଏନେଇ ମୁରାଦାବାଦର ଭଗତପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ, ପୋଲିସ ଆକ୍ସନ ନେଇଛି, ଅଭିଯୁକ୍ତଙ୍କ ବିରୋଧରେ ଧାରା ୧୩୭(୨), ୭୦(୧), ୧୨୩, ୧୨୭(୪), ୨୯୯, ୩୫୧(୩), ୧୨୪(୧), ପୋକ୍ସୋ ଆଇନ ଧାରା ୫ ଓ ୬ ଏବଂ ଅନୁସୂଚିତ ଜାତି ଓ ଜନଜାତି ଆଇନରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଲମାନକୁ ଗିରଫ କରିଥିବା ବେଳେ ଅନ୍ୟ ୩ ସାଥିଙ୍କୁ ଖୋଜୁଛି ।

ପୀଡ଼ିତାଙ୍କ ଖୁଡ଼ିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଜା’ଙ୍କ ୧୪ ବର୍ଷୀୟା ଝିଅ ଜାନୁଆରୀ ୨ ତାରିଖରେ ପୋଷାକ ସିଲାଇ କରିବାକୁ ବଜାର ଯାଇଥିଲେ । ରାସ୍ତାରେ, ସଲମାନ, ଜୁବୈର, ରସିଦ ଏବଂ ଆରିଫ୍ ନାମକ କିଛି ଯୁବକ ତାଙ୍କୁ ଜୋର ଜବରଦସ୍ତ ଗାଡ଼ି ଭିତରକୁ ଟାଣି ନେଥିଲେ । ଏହାପରେ, ତାଙ୍କୁ ନିଶା ଦେଇ ଅଚେତ କରି ଦେଇଥିଲେ । ଝିଅର ଚେତା ଫେରିଲା ବେଳକୁ ସେ ଗୋଟିଏ କୋଠରୀରେ ଥିଲା । ତା' ଶରୀରରେ କୌଣସି ପୋଷାକ ନଥିଲା । ଅଭିଯୁକ୍ତମାନେ ତାଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଏକ ଏକାନ୍ତ କୋଠରୀରେ ଗଣଦୁଷ୍କର୍ମ କରିଥିଲେ । ବହୁ ଖୋଜି କରିବା ପରେ ଜାନୁଆରୀ ୩ ତାରିଖରେ ଥାନାରେ ମାମଲା ରୁଜୁ କରିଥିଲେ ପରିବାର । ଏହାର ଦୁଇ ମାସ ପରେ ମାର୍ଚ୍ଚ ୨ ତାରିଖରେ ଝିଅ ଘରେ ପହଞ୍ଚିଲା। ଏହା ପରେ ଜହ୍ଲାଦଙ୍କ ନିର୍ଯାତନାର କାହାଣୀ ବଖାଣିଛି ନାବାଳିକା ଝିଅ ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.