ସୁଡାନରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୧୯ ମୃତ, ରେସ୍କ୍ୟୁ ଜାରି

Published By : Prameya-News7 Bureau | February 26, 2025 IST

ନୂଆଦିଲ୍ଲୀ ୨୬/୦୨: ସୁଡାନର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ପାଖାପାଖି ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୁଡାନର ଓମଡୁରମାନ ସହରରେ ଘଟିଛି ଏହି ଦୁର୍ଘଟଣା । ଆଗକୁ ବି ବଢିପାରେ ମୃତ୍ୟୁ ସଂଖ୍ୟା । ବୁଧବାର (୨୬ ଫେବୃଆରୀ) ଦିନ ସାମରିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। 

ଏପି ରିପୋର୍ଟ ଅନୁଯାୟୀ, ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଘଟଣାରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଦୁର୍ଘଟଣାର ମୁଖ୍ୟ କାରଣ କ'ଣ ତାହା ମଧ୍ୟ କୁହାଯାଇ ନାହିଁ । ସୁଡାନିଜ୍ ସେନା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର (୨୪ ଫେବୃଆରୀ) ଦିନ ଓମଡୁରମାନର ଉତ୍ତରରେ ଥିବା ୱାଡି ସୟେଦନା ଏୟାରବେସ୍ ରୁ ଉଡ଼ାଣ ଭରିଥିଲା ସେନା ବିମାନ ଆଣ୍ଟୋନୋଭ୍ । ତେବେ ଟେକ୍ ଅପ୍ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.