ନଭେମ୍ବର ସୁଦ୍ଧା ଆସିଛନ୍ତି ୪ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ, ନଳବଣକୁ ଆସିଛନ୍ତି ୨ଲକ୍ଷ ପକ୍ଷୀ

Published By : Prameya-News7 Bureau | December 10, 2024 IST

ଭୁବନେଶ୍ବର ୧୦।୧୨: ଆସନ୍ତା ମାସରେ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ ହେବ I ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ନଭେମ୍ବର ସୁଦ୍ଧା ଓଡ଼ିଶାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀ I କେବଳ ନଳବଣକୁ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀ ଆସିଛନ୍ତି I ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁଃପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି । 

ବିଦେଶାଗତ ପକ୍ଷୀ  ମାନଙ୍କ ପାଇଁ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର, ୨ ଗୋଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇ ପ୍ରତି ଶିବିରରେ ତିନି ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନରକ୍ଷୀଙ୍କ ଦ୍ଵାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀ ମାନଙ୍କୁ ସୁରକ୍ଷା ଦିଆଯାଉଛି । 

You Can Read:

ଖଣ୍ଡଗିରି ସବ୍‌-ରେଜିଷ୍ଟ୍ରାର କନିଷ୍ଠ କିରାଣୀ ଦେବଯାନୀ କର ଗିରଫ, ଅଫିସ୍ କ୍ୟାସ୍‌ ଡ୍ର’ରୁ ମିଳିଥିଲା ନଗଦ ୧୫ ଲକ୍ଷ ଟଙ୍କା

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.