ବଡ଼ଖଣ୍ଡି ଗାଁରେ ଅଭାବନୀୟ ଘଟଣା, ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | October 07, 2024 IST

NEWS UPDATE

ଆସ୍କା ୦୭।୧୦ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡ଼ଖଣ୍ଡି ଗାଁ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ହିଞ୍ଜିଳି ଥାନା ବଡ଼ଖଣ୍ଡି ଗାଁ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ କୁକୁଡ଼ାଖଣ୍ଡି ବ୍ଲକର ରାଜୁ ରେଡ୍ଡୀ ବୋଲି ଜଣାପଡିଛି । ହେଲେ ହତ୍ୟା କଣ ପାଇଁ କରାଯାଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ପୂର୍ବଶତ୍ରୁତାରୁ ହତ୍ୟା  କରାଯାଇଥିବା ସୂଚନା ମିଳିଛି ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ ସଠିକ କାରଣ ଜଣାପଡିଛି । ସେହିପରି ଯଦି ଆଗକୁ ଆବଶ୍ୟକ ପଡେ , ତେବେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ । 

  • ganjam
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.