ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି, ଗତ ୧୦ବର୍ଷ ଧରି ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଛି : ନବୀନ

Published By : Prameya-News7 Bureau | May 30, 2024 IST

ଭୁବନେଶ୍ବର ୩୦।୫: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ସାକ୍ଷାତକାର । ଏକ ଗଣମାଧ୍ୟମ ଏଜେନ୍ସୀକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ନବୀନ । ଏହି ସାକ୍ଷାତକାରରେ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ମୋ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ଗତ ୧୦ ବର୍ଷ ଧରି ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଛି । ବିଜେପି କ୍ଷମତାକୁ ଆସିନପାରିବାରୁ ହତାଶ ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ୍ ବୈଠରେ ମୁଁ ଅନୁପସ୍ଥିତ ରହିନି ବୋଲି ନବୀନ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପ୍ରସଙ୍ଗରେ ନବୀନ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ ଭଲ ସାଙ୍ଗ । ସ୍ବାସ୍ଥ୍ୟ ପ୍ରସଙ୍ଗରେ ଗୁଜବ ଶୁଣି କାହିଁକି ଫୋନ୍ କଲେନି ପ୍ରଧାନମନ୍ତ୍ରୀ । ସେ ଯଦି ଚିନ୍ତିତ ମୋତେ ଫୋନ୍ କରି ପାରିଥାନ୍ତେ । ମୋତେ ଫୋନ୍ କରିବା ତାଙ୍କର କର୍ତ୍ତବ୍ୟ ନଥିଲା କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ଭୋଟ୍ ପାଇଁ ସଭାରେ ଅପପ୍ରଚାର କରୁଛନ୍ତି ।

ଉତ୍ତରାଧିକାରୀ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ମୋ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ନୁହନ୍ତି । ପାଣ୍ଡିଆନ ନିର୍ବାଚନରେ ମଧ୍ୟ ଛିଡ଼ା ହୋଇ ନାହାନ୍ତି । ପାଣ୍ଡିଆନ ନିର୍ବାଚନରେ ମଧ୍ୟ ଛିଡ଼ା ହୋଇ ନାହାନ୍ତି । ଏ କଥାକୁ କାହିଁକି ବଢ଼ାଇଚଢ଼ାଇ କୁହାହେଉଛି ବୁଝାପଡ଼ୁନି । ମୋର ଉତ୍ତରାଧିକାରୀ କିଏ ହେବେ ତାହା ଓଡ଼ିଶାବାସୀ ବାଛିବେ ବୋଲି ନବୀନ କହିଛନ୍ତି ।

ଚଳିତ ନିର୍ବାଚନକୁ ନେଇ ନବୀନ କହିଛନ୍ତି, ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବୁ । ମୋ ପରେ ବି ଲୋକଙ୍କ ପାଇଁ କାମ କରିବ BJD । ମୁଁ ୨୭ ବର୍ଷ ହେବ ଦଳର ସଭାପତି ଅଛି, ରହିବି ।

You Can Read :

ଆଜି ବି ତାତି ଜୋର, ଦିନ ସାଢେ ୧୧ଟା ସୁଦ୍ଧା ୪୩ ଟପିଲା ତାପମାତ୍ରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.