ନୂଆଦିଲ୍ଲୀ: ଅଜଣା ରୋଗ ନା ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ । ଜମ୍ମୁ-କାଶ୍ମୀରର ରଜୌରୀ ସେକ୍ଟରରେ ପ୍ରାୟ ୧୭ଜଣଙ୍କ ଜୀବନ ଗଲାଣି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଲୋକେ ପ୍ରାଣ ହରାଉଛନ୍ତି ବୋଲି ପ୍ରଥମେ କୁହାଯାଉଥିଲା । ମାତ୍ର ଗୁରୁବାର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି । କାଠୁଆ ସେକ୍ଟରରେ ଏକ ବ୍ରିଜ୍ ଉଦଘାଟନ ଅବସରରେ ସେ କହିଛନ୍ତି, ରଜୌରୀରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟ କୌଣସି ରୋଗ, ଭୂତାଣୁ କିମ୍ବା ବ୍ୟାକ୍ଟେରିଆ ଜନିତ ନୁହେଁ ବରଂ ବିଷାକ୍ତ ଖାଦ୍ୟ ଖାଇ ୧୭ଜଣ ପ୍ରାଣ ହରାଇଛନ୍ତି ।
ମୃତ୍ୟୁର କାରଣ ଖୋଜିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଗଠିତ ହୋଇଥିଲା ଟିମ୍ ରଜୌରୀରୁ ୨୩୦ ନମୂନା ସଂଗ୍ରହ କରିଛି । ଏହି ସାମ୍ପୂଲକୁ ଲକ୍ଷ୍ନୌ ସ୍ଥିତି ସିଏସଆଇଆର ଲାବ୍ରେ ପରୀକ୍ଷଣ କରାଯାଇଥିଲା । ପ୍ରାଥମିକ ତଦନ୍ତ ଜଣାପଡ଼ିଛି ଯେ, ମୃତ୍ୟୁର କାରଣ ସଂକ୍ରମଣ, ଭୂତାଣୁ କିମ୍ବା ବ୍ୟାକ୍ଟେରିଆ ଜନିତ ନୁହେଁ । ମୃତକଙ୍କ ନମୂନାରେ ବିଷାକ୍ତ ପଦାର୍ଥ ମିଳିଛି । ଏହାର ତନତନ କରି ତଦନ୍ତ ଚାଲିଛି, ରଜୌରାରେ ମୃତ୍ୟୁ ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିଲେ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଡିସେମ୍ବର ୭ରୁ ଜାନୁଆରୀ ୧୯ ତାରିଖ ମଧ୍ୟରେ ରଜୌରୀ ଜିଲ୍ଲାର ବଧାଲ ଗାଁ ପ୍ରାୟ ୧୭ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୧୩ ଛୋଟ ପିଲା ରହିଛନ୍ତି । ତିନୋଟି ପରିବାରରେ ଏହି ମୃତ୍ୟୁ ହୋଇଥିବାରୁ ପୂରା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗାଁରେ ହେଉଥିବା ବିଭିନ୍ନ ସମାବେଶ ଉପରେ କଟକଣା ଜାରି କରାଯାଇଛି। ୨୦୦ରୁ ଅଧିକ ଲୋକଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଛି । ପ୍ରଶାସନ ସ୍ଥିତି ଉପରେ ତୀକ୍ଷଣ ନଦର ରଖିଛି ।...