ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଫେରାଇ ଅଣାଯିବ; ପ୍ରବାସୀଙ୍କୁ ନେଇ ବିଦେଶ ମନ୍ତ୍ରାଳୟର ବଡ଼ ବୟାନ

Published By : Prameya-News7 Bureau | January 24, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଆକ୍ସନ ମୁଡକୁ ଆସିଛନ୍ତି । ଦେଶର ସୀମା ସୁରକ୍ଷା ଏବଂ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ନେଇ କଠୋର ହୋଇଛନ୍ତି । ଅବୈଧ ପ୍ରବାସୀଙ୍କୁ ଆମେରିକାରୁ ବାହାର କରିବାକୁ ଆଦେଶ ଜାରି କରିଛନ୍ତି । ସୂଚନା ଅନୁଯାୟୀ, ହଜାର ହଜାର ଭାରତୀୟ ବିନା କୌଣସି କାଗଜପତ୍ରରେ ଆମେରିକାରେ ବେଆଇନ ଭାବେ ରହୁଛନ୍ତି । ତେବେ ଏମାନଙ୍କୁ ନେଇ ବିଦେଶ ମନ୍ତ୍ରାଳୟ ଏକ ବୟାନ ଜାରି କରିଛି । ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, କେବଳ ଆମେରିକା ନୁହେଁ, ବିଶ୍ବରେ ଯେଉଁଠି ଭାରତୀୟ ବିନା ପ୍ରମାଣପତ୍ର ବେଆଇନ ଭାବେ ରହୁଛନ୍ତି, ସେମାନଙ୍କୁ ଭାରତକୁ ଫେରାଇ ଅଣାଯିବ । ଭାରତ ସବୁବେଳେ ଅବୈଧ ପ୍ରବାସୀଙ୍କ ବିରୋଧରେ ରହିଛି । କାରଣ ଏହା ଦ୍ବାରା କୌଣସି ବି ଦେଶର ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ । କ୍ରାଇମା ମାତ୍ରା ବଢ଼ିଯାଏ । ତେଣୁ ବିଦେଶ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି । 

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କହିଥିଲେ, ଭାରତୀୟ କେବଳ ଆମେରିକା ନୁହେଁ ବିଶ୍ବ ସର୍ବାଧିକ ଦେଶ ରହିଛନ୍ତି । ବିନା ପ୍ରମାଣପତ୍ରରେ ଏମାନେ ଆବଶ୍ୟକତା ଠାରୁ ଅଧିକ ସମୟ ଧରି ରହୁଛନ୍ତି । ସେମାନଙ୍କୁ ଭାରତ ସରକାର ଦେଶ ଫେରାଇ ଆଣିବାକୁ ପ୍ରସ୍ତୁତ ରହିଛନ୍ତି । ମାତ୍ର ଏଥିପାଇଁ ସେମାନଙ୍କର ନାଗରିକତା ପ୍ରମାଣପତ୍ରକୁ ନେଇ ସତ୍ୟପାଠ ଦେବାକୁ ପଡ଼ିବ । ଭାରତୀୟ ବୋଲି ଥରେ ପ୍ରମାଣିତ ହେଲେ ସେମାନଙ୍କୁ କେନ୍ଦ୍ର ସରକାର ଫେରାଇ ଆଣିବେ ।  

ଆମେରିକାରେ ରହୁଥିବା ଭାରତୀୟଙ୍କ ସଂଖ୍ୟା ବାବଦରେ ପ୍ରଶ୍ନ କରିବାକୁ ମୁଖପାତ୍ର ରଣଧୀର ଜୈସ୍ବଲ କହିଛନ୍ତି, କୌଣସି ସଠିକ୍ ତଥ୍ୟ ଏଯାଏଁ ମିଳିନାହିଁ । ଆମେରିକା ଏବଂ ଭାରତ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଅବୈଧ ପ୍ରବାସୀଙ୍କୁ ନେଇ ଭାରତ ସବୁବେଳେ କଠୋର । ଏମାନଙ୍କ ବିରୁଦ୍ଧ ସବୁବେଳେ ରହିଛନ୍ତି ସରକାର ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.