ନୂଆଦିଲ୍ଲୀ: ବୟସକୁ ନେଇ ପୁତୁରା ଅଜିତ୍ ପାୱାରଙ୍କ ଏକ ବୟାନ ପରେ ଦାଦା ଶରଦ ପାୱାର ପୁଣି ଥରେ କଡ଼ା ଜବାବ ଦେଇଛନ୍ତି । ଅଜିତ୍ କହିଥିଲେ ଯେ ଶରଦ ପାୱାରଙ୍କୁ ସକ୍ରିୟ ରାଜନୀତିକୁ ସନ୍ନ୍ୟାସ ନେବା ଦରକାର । ଅଜିତ୍ ପାୱାର କହିଥିଲେ ଯେ ଏବେ ଶରଦ ପାୱାର ଅବସର ନେଇଯିବା ଦରକାର । ଏବେ ଶରଦ ପାୱାର କହିଛନ୍ତି ଯେ ସେ କାମ କରିବା ଜାରି ରଖିବେ କାରଣ ପାର୍ଟିର କାର୍ଯ୍ୟକର୍ତ୍ତା ଏହା ଚାହୁଁଛନ୍ତି । ଅଜିତଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଶରଦ ପାୱାର ଶନିବାର କହିଛନ୍ତି, 'କଣ ଆପଣ ଜାଣିଛନ୍ତି ମୋରାରଜୀ ଦେସାଇ କେଉଁ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ ? ମୁଁ ପ୍ରଧାନମନ୍ତ୍ରୀ କିମ୍ୱା ମନ୍ତ୍ରୀ ହେବାକୁ ଚାହୁଁ ନାହିଁ ବରଂ କେବଳ ଲୋକଙ୍କ ସେବା କରିବାକୁ ଚାହୁଁଛି' ।
ଶରଦ ପାୱାର କହିଛନ୍ତ ଯେ ସେ ଏବେ ବୁଢା ହେଇ ନାହାନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶବ୍ଦକୁ ଦୋହରାଇ କହିଛନ୍ତି, 'ନା ଟାୟର୍ଡ ହୁଁ, ନା ରିଟାୟର୍ଡ ହୁଁ' । ସେ କହିଛନ୍ତି ଯେ ସବୁ ବିଦ୍ରୋହୀ ଅଯୋଗ୍ୟ ହେବେ । ମୁମ୍ୱାଇ ତକକୁ ଇଣ୍ଟରଭ୍ୟୁ ଦେଇ ଶରଦ ପାୱାର କହିଛନ୍ତି, 'ସେମାନେ କିଏ ଯିଏ ମୋତେ ଅବସର ନେବାକୁ କହିବେ ? ମୁଁ ଏବେବି କାମ କରିପାରିବି' ।
{"id":814361,"sizeSlug":"full","linkDestination":"none"}ପରିବାରରେ ଉତ୍ତରାଧିକାରୀ ଲଢେଇ ଉପରେ ଏକ ପ୍ରଶ୍ନର ଜବାବରେ ଶରଦ ପାୱାର କହିଛନ୍ତି, 'ମୁଁ ଏହି ବିଷୟ ଉପରେ ଅଧିକ କିଛି କରିବାକୁ ଚାହୁଁ ନାହିଁ । ପାରିବାରିକ ପ୍ରସଙ୍ଗ ଉପରେ ପରିବାର ବାହାରେ ଚର୍ଚ୍ଚା କରିବା ପସନ୍ଦ ନୁହେଁ'। ଶରଦ ପାୱାର କହିଛନ୍ତି ଯେ ଅଜିତକୁ ମନ୍ତ୍ରୀ କରାଗଲା ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରାଗଲା କିନ୍ତୁ ତାଙ୍କ ଝିଅ ସୁପ୍ରିୟୋ କୌଣସି ମନ୍ତ୍ରୀ ପଦ ଦିଆଯାଇ ନାହିଁ, ଯାହା କିନ୍ତୁ ସମ୍ଭବ ଥିଲ ।
ପଢନ୍ତୁ: ପୁତୁରାଙ୍କୁ କକାଙ୍କ ଜବାବ, ମୁଁ NCPର ଅଧ୍ୟକ୍ଷ; ଅଜିତଙ୍କ ଅବସର କଟାକ୍ଷ ଉପରେ ଏମିତି ଉତ୍ତର ରଖିଲେ ଶରଦ ପାଓ୍ଵାର
ସେ କହିଛନ୍ତି ଯେ ଯେବେ ବି ଏନସିପିକୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିଲା, ତାହା ଅନ୍ୟଙ୍କୁ ଦିଆଗଲା । କିନ୍ତୁ ସାଂସଦ ହେବା ସତ୍ତ୍ୱେ ସୁପ୍ରିୟାଙ୍କୁ ମିଳି ନାହିଁ । ଉଲ୍ଲେଖଯୋଗ୍ୟ ଯେ ଅଜିତ୍ ପାୱାର ଏନସିପି ବିଧାୟକଙ୍କୁ ନେଇ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇଥିଲେ ।