ମୁମ୍ବାଇ ୨୦।୧୨: ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁଣେର ଲୋହେଗାଓଁ ଏୟାରପୋର୍ଟକୁ ଜଗତଗୁରୁ ସନ୍ଥ ତୁକାରାମ ମହାରାଜଙ୍କ ନାମରେ ରଖାଯିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଏହି ପ୍ରସ୍ତାବ ମହାରାଷ୍ଟ୍ର ବିଧାନସଭାରେ ଗୃହୀତ ହେବା ପରେ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। କେନ୍ଦ୍ରର ମଞ୍ଜୁରୀ ମିଳିବା ପରେ ବିମାନ ବନ୍ଦରର ନୂଆ ନାମକରଣ ହେବ।
ଉଲ୍ଲେଖଯୋଗ୍ୟ ଯେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପକ୍ଷରୁ ନିୟମ ୧୧୦ ଅନୁସାରେ ଏହି ପ୍ରସ୍ତାବକୁ ଗୃହୀତ କରାଯାଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ପୁଣେରେ ବିମାନ ବନ୍ଦରର ନାମକରଣ କରିବାକୁ ମନସ୍ତ କରିଥିଲେ। ଏବେ ପୁଣେ ବିମାନ ବନ୍ଦରର ନାମ ଲୋହେଗାଓଁ ଏୟାରପୋର୍ଟ ରହିଛି, ଯାହା ଜଗତଗୁରୁ ତୁକାରାମ ମହାରାଜ ବିମାନ ବନ୍ଦର ରୂପେ ପରିଚିତ ହେବ। ବିମାନ ବନ୍ଦରର ନାମ ପରିବର୍ତ୍ତନ ନିମନ୍ତେ କେନ୍ଦ୍ର ବେ ସାମରିକ ବିମାନ ଚଳାଚଳ ରାଜ୍ୟମନ୍ତ୍ରୀ ମୂରଲୀଧର ମୋହୋଲ ପ୍ରସ୍ତାବ ଦେଇଥିଲେ।
Maharashtra Assembly passed a resolution on 19th December to rename Pune’s Lohegaon airport as “Jagadguru Sant Tukaram Maharaj Airport”. This resolution will be sent to Central Government for necessary action and rename the airport.
— ANI (@ANI) December 20, 2024
The resolution was proposed by Deputy Chief…
ସପ୍ତଦଶ ଶତାବ୍ଦୀର ସନ୍ଥ ତୁକାରାମ ମହାରାଜ ଲୋହେଗାଓଁର ଥିଲେ। ଏବେ ଲୋହେଗାଓଁ ବିମାନ ବନ୍ଦର ସନ୍ଥ ତୁକାରାମ ମହାରାଜଙ୍କ ନାମରେ ପରିଚିତ ହେବ। ସପ୍ତଦଶ ଶତାବ୍ଦୀରେ ସନ୍ଥ ତୁକାରାମ ପ୍ରଶିଦ୍ଧ ହିନ୍ଦୁ ସନ୍ଥ ଓ କବି ଥିଲେ, ସେ ଭକ୍ତି ଆନ୍ଦୋଳନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପୁଣେ ଏୟାରପୋର୍ଟ ମଧ୍ୟ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର। ଏହା ଦେଶର ସବୁଠୁ ବ୍ୟସ୍ତତମ ବିମାନ ବନ୍ଦର ସୂଚୀର ନବମ ସ୍ଥାନରେ ରହିଛି।
ଦେଶରେ ଏ ପର୍ଯ୍ୟନ୍ତ ଅନେକ ବିମାନ ବନ୍ଦରର ନାମ ପରିବର୍ତ୍ତନ ହେଲାଣି। ଏଥିରେ ଲକ୍ଷ୍ନୌ ଏୟାରପୋର୍ଟକୁ ଚୌଧୁରୀ ଚରଣ ସିଂହଙ୍କ ନାମରେ ନାମିତ କରାଯାଇଥିବା ବେଳେ ରାୟପୁରର ମାନା ଏୟାରପୋର୍ଟର ନାମ ବଦଳାଇ ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟ ନାମକରଣ କରାଯାଇଥିଲା। ସେହିପରି ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାମ ପରିବର୍ତ୍ତନ କରାଯାଇ କେମ୍ପେ ଗୌଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନାମକରଣ କରାଯାଇଥିଲା।