ଭୁବନେଶ୍ବର୩୧|୭: କଟକରେ କୋକୁଆ ଭୟ ଖେଳାଇଥିବା ସିରିଏଲ କିଲରକୁ ପୋଲିସ ଧରିବା ପରେ ଏବେ ତାକୁ ନେଇ ଚାରିଆଡେ ଚର୍ଚ୍ଚା । ପ୍ରଶ୍ନ ଉଠିଛି ସତରେ କ’ଣ ପୋଲିସ ହାତରେ ଧରାପଡିଥିବା ନାରାୟଣ ନରହନ୍ତା । ପୋଲିସ ନାରାୟଣକୁ ସାଇକୋ କିଲର କହୁଥିବା ବେଳେ ତାଙ୍କ ପତ୍ନୀ, ବାପା ଏବଂ ଗାଁ ଲୋକେ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରୁନାହାନ୍ତି । ନାରାୟଣ ନିର୍ଦୋଶ ବୋଲି ଦାବି କରିବା ସହ ତୁରନ୍ତ ତାଙ୍କୁ ଖଲାସ କରିବାକୁ ଆଜି ନୟାଗଡ ଏଏସ୍ପିଙ୍କ ନିକଟରେ ଗୁହାରୀ କରିଛନ୍ତି ।
{"id":139398}ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ । ଲୋକେ ତାତିଲେଣି ରାସ୍ତାକୁ ଓହ୍ଲାଲେଣି। ରସୁଲଗଡ଼ରେ ଜଣେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ତାଙ୍କୁ ଖଣ୍ଡାରେ ହାଣି ୫୦ହଜାର ଟଙ୍କା ଝାମ୍ପିନେଇଥିଲେ ଦୁର୍ବୃତ୍ତ । ଫଳରେ ଲୋକେ ରାସ୍ତା ଅବରୋଧ କରିଥିଲେ। କଟକ-ଭୁବନେଶ୍ବର ରାସ୍ତାକୁ ଦୀର୍ଘ ସମୟ ଧରି ଟାୟାର ଜାଳି ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ପୋଲିସ କମିଶନର ଓ ଡିସିପି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
{"id":139399}କ୍ରାଇମ୍ କ୍ୟାପିଟାଲ ପାଲଟିଛିକଟକ- ଭୁବନେଶ୍ବର ଟ୍ବିନ ସିଟି। ପୋଲିସ ପ୍ରତି ରହୁନି ଭୟ । ଗତ କିଛି ଦିନରେ ଯେମିତି ଅପରାଧୀମାନେ ସହରକୁ କବଜା କରି ରଖିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଘଟିଛି ୬ ଟି ଏମିତି ଘଟଣା । ଗତକାଲି ଭୋର ୪ ଟା ରେ ମଞ୍ଚେଶ୍ବର ଥାନା ଆଦିମାତା କଲୋନୀରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରେ ଲୁଟ। ଭୋର ୫ ଟା ଗାଡ଼କଣରେ ବ୍ଲାକ୍ ପଲସରରେ ଆସି ୩ଜଣ ଦୁର୍ବୃତ୍ତ ମାଉଜର ମୁନରେ ଦମ୍ପତିଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟିଲେ । ଗତକାଲି ଦିନ ସାଢ଼େ ଗୋଟାଏରେ ପୁରୀ ବାଇପାସ୍ ରେ ଥିବା ମହିମା ମୋଟର୍ସର ମାଲିକ ତଥା ବିଲଡର ତାପସ ରଞ୍ଜନ ପରିଡ଼ାଙ୍କୁ ଗୁଳିମାଡ଼ କରି ୪ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଗାଡ଼ି ସୋ’ରୁମକୁ ଆସିଥିବା ଗ୍ରାହକଙ୍କ ଠାରୁ ମଧ୍ୟ ୨ଲକ୍ଷ ଟଙ୍କା ଝାମ୍ପିନେଇଥିଲେ । ଠିକ୍ ସେଇ ସମୟରେ ସହିଦ ନଗର ହୋଟେଲ ଏମ୍ପାୟାର୍ସ ସାମ୍ନାରୁ ଏକ କାର କାଚ ଭାଙ୍ଗି ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
{"id":139403}ସେପଟେ କଟକ ସିରିଏଲ କିଲରକୁ ନେଇ ଏବେବି ସସ୍ପେନ୍ସ ହଟୁନି। ପୋଲିସ ହାତରେ ଧରାପଡିଥିବା ସାଇକୋ କିଲର ନାରାୟଣ ନରହନ୍ତା କି ନୁହେଁ ତାକୁ ନେଇ ଦେଖାଦେଇଛି ବିବାଦ । ପୋଲିସ ନାରାୟଣକୁ ସାଇକୋ କିଲର କହୁଥିବା ବେଳେ ତାଙ୍କ ପତ୍ନୀ, ବାପା ଏବଂ ଗାଁ ଲୋକେ କିନ୍ତୁ ଏହାକୁ ସହଜରେ ବିଶ୍ବାସ କରୁନାହାନ୍ତି । ନାରାୟଣ ନିର୍ଦ୍ଦୋଶ ବୋଲି ଦାବି କରିବା ସହ ତୁରନ୍ତ ତାଙ୍କୁ ଖଲାସ କରିବାକୁ ଆଜି ନୟାଗଡ ଏଏସ୍ପିଙ୍କ ନିକଟରେ ଗୁହାରୀ କରିଛନ୍ତି ।
{"id":139404}ଏ ସବୁ ଘଟଣା ଏବେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଏଥିରୁ ମୁକୁଳିବାକୁ ପୋଲିସ କି ପଦକ୍ଷେପ ନେଉଛି, ଆଉ ଏଥିରେ କେତେ ସଫଳ ହେଉଛି ତାହା ହିଁ ହେବ ପୋଲିସର ସଫଳତା।