ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ; ମଣିପୁର ମୁଦ୍ଧାରେ ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଜିଠୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସେସନ୍ । ତେବେ ପ୍ରଥମ ଦିନରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ସାଂସଦମାନେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣିପୁର ମୁଦ୍ଦା ଉଠାଇ ହଙ୍ଗାମା କରିଥିଲେ । ସେହିପରି ରାଜ୍ୟସଭାରେ ଭିନ୍ନ ଭିନ୍ନ ପ୍ରସଂଗରେ କେନ୍ଦ୍ରକୁଘେରିଛନ୍ତି ବିପକ୍ଷ ସାଂସଦ । 

ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ବିରୋଧୀଙ୍କୁ ଗୃହର ମର୍ଯ୍ୟାଦା ରଖି ଶାନ୍ତି ରଖିବାକୁ ଅପିଲ୍ କରିଥିଲେ, ମାତ୍ର ଏହାକୁ ଶୁଣିଥିଲଲେ ବିଭିନ୍ନ ରାଜନୈତିକ ପାର୍ଟିର ସାଂସଦମାନେ । ସୋମବାର ଈପିଆଇସି ବା ନକଲି ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡ ମୁଦ୍ଦା ଉପରେ କେନ୍ଦ୍ର ସରକାର ଓ ବିରୋଧୀ ସାଂସଦ ମୁହାଁମୁହିଁ ହୋଇପାରନ୍ତି ବୋଲି କୁହାଯାଉଛି । ବିପକ୍ଷ ନେତାଙ୍କ ସୂଚୀରେ ଅର୍ଥ ହେରାଫେରି, ମଣିପୁର ହିଂସା ଏବଂ ଟ୍ରମ୍ପଙ୍କ ଶିଳ୍ପ ଯୁଦ୍ଧ ଏବଂ ବେଆଇନ ପ୍ରବାସୀ ଭାରତୀୟଙ୍କୁ କ୍ରୁରତାର ସହ ଭାରତ ପଠାଇବା ପ୍ରସଂଗ ରହିଛି । ଅନ୍ୟପଟେ ତାମିଲନାଡ଼ୁରେ ଭାଷା ବିବାଦକୁ ନେଇ ମଧ୍ୟ ଲୋକସଭାରେ ହଟ୍ଟଗୋଳ ହୋଇଛି । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଡିଏମକେ ସାଂସଦ । ସେପଟେ କେନ୍ଦ୍ର ସରକାର ୱାକଫ ସଂଶୋଧନ ବିଲ୍‌ ଗୃହୀତ କରାଇବା ସହ ମଣିପୁର ବଜେଟ୍ ପାସ୍‌ କରାଇବାକୁ ଯୋଜନା କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁଆରୀ ୩୧ରୁ  ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.