ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା: ଫିଲ୍ମ ଷ୍ଟାଇଲ୍‌ରେ ମର୍ଡର

Published By : Prameya-News7 Bureau | October 12, 2024 IST

ମୁମ୍ବାଇ: ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଶନିବାର(୨୦୨୪ ଅକ୍ଟୋବର ୧୨) ସେ ତାଙ୍କ ଅଫିସ୍‌କୁ ଯାଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ତାଙ୍କ ପେଟ ଓ ଛାତିରେ ଗୁଳି ବାଜିଥିଲା। 

ଘଟଣାସ୍ଥଳରୁ ଗିରଫ ହୋଇଥିବା ଅପରାଧୀ

ଗୁରୁତର ଆହତ ହେବା ପରେ ତାଙ୍କୁ ମୁମ୍ବାଇଲ ଲିଲାବତୀ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାବା ସିଦ୍ଦିକ ଅଫିସ୍ ଯିବାକୁ ତାଙ୍କ କାର୍‌ରେ ବସିଲା ବେଳେ ଗୁଳିମାଡ଼ ହୋଇଥିଲା। ଫିଲ୍ମ ଷ୍ଟାଇଲ୍‌ରେ ଗୁଳି ମାଡ଼ ସମୟରେ ହଠାତ୍ ବାଣ ଫୁଟିଥିଲା। ଏହାପରେ ଆକ୍ରମଣକାରୀମାନେ ଖୋଲାଖୋଲି ଗୁଳିମାଡ଼ କରିଥିଲେ। ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଘଟଣା ସ୍ଥଳରେ ଧରାଯାଇଛି। ତା ପାଖରୁ ଦୁଇଟି ଗୁଳିଥିବା ବନ୍ଧୁକ ଜବତ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.