‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପୁଣି ୬ ଜଣଙ୍କୁ ନୋଟିସ୍‌

Published By : Prameya-News7 Bureau | February 25, 2025 IST

ଭୁବନେଶ୍ବର: ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୁଣି ୬ ଜଣକୁ ନୋଟିସ୍‌। ମଙ୍ଗଳବାର, ମାମଲାର ତଦନ୍ତ କରୁଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, ‘କିଟ୍‌’ର ୬ ଅଧିକାରୀଙ୍କୁ ନୋଟିସ୍‌ କରିଛନ୍ତି। ନୋଟିସ୍‌ରେ ସେମାନଙ୍କୁ ୨୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। 

ନୋଟିସ୍‌ ହୋଇଥିବା ୬ ଜଣ ଅଧିକାରୀ ହେଉଛନ୍ତି ଚିଫ୍‌ ପ୍ରୋକ୍ଟର ପିକେ ପଟ୍ଟନାୟକ, ହଷ୍ଟେଲ କୁଇନ୍‌ କାଷ୍ଟଲର ସିନିୟର ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି,  ଇଣ୍ଟରନାଲ କମିଟି ମୁଖ୍ୟ ଈପସିତା ଶତପଥୀ ଓ ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ ହାଜର ହେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି।

ସୂଚନାଥାଉକି, ‘କିଟ୍‌’ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ କେବଳ ୫ ଜଣଙ୍କୁ ଗିରଫ କରାଯାଇଛି। ଗତ ୧୭ ତାରିଖ ଘଟଣା ପରେ ଅନ୍ୟ ନେପାଳ ଛାତ୍ରଛାତ୍ରୀମାନେ ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବାବେଳେ ଅଭିଯୁକ୍ତ ଏହି ୫ ଜଣ ତଥା ଅନ୍ୟ କର୍ମଚାରୀମାନେ ହଠାତ ସେଠାରେ ପହଞ୍ଚି ଯଥାଶୀଘ୍ର ସେଠାରୁ ଚାଲିଯିବା ଲାଗି କହିଥିଲେ। ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବା ଦେଖି ଏହି ୫ ଜଣ ହଠାତ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବା ସହ ମାରପିଟ କରିଥିଲେ। ଫଳରେ ଛାତ୍ରଛାତ୍ରୀମାନେ ତୁରନ୍ତ ସେ ସ୍ଥାନ ଛାଡ଼ି ପଳାଇଯାଇଥିଲେ।   

ଏହା ପୂର୍ବରୁ ପୋଲିସ ସମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରା। ହେଲେ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ସେମାନଙ୍କୁ ଜାମିନ ମିଳିଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.