ଇରାନର ଗୁପ୍ତ ପ୍ଲାନ୍ ଏକ୍ସରେ ଭାଇରାଲ୍; ଟାର୍ଗେଟ୍ ଅଛନ୍ତି ନେତାନ୍ୟାହୁଙ୍କ ଭଳି ବଡ଼ ନେତା !

Published By : Prameya-News7 Bureau | October 04, 2024 IST

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ସେପଟେ ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଛି । ଇରାନ ଇସ୍ରାଏଲ ଉପରେ ଭୀଷଣ ମିସାଇଲ୍ ମାଡ଼ କରିଛି । ପ୍ରାୟ ୧୮୦ରୁ ଅଧିକ ରକେଟ୍ ହମଲା କରିଛି । ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହାର ଭିତରେ ଇସ୍ରାଏଲକୁ ନେଇ ଇରାନ ଏକ ଗୁପ୍ତ ପ୍ଲାନ୍ ସାମ୍ନାକୁ ଆସିଛି । ସୋମିଆଲ୍ ମିଡିଆରେ ଏହି ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଇସ୍ରାଏଲର ଟପ୍ ନେତା ହିଟ୍ ଲିଷ୍ଟରେ ରହିଛନ୍ତି । ଇରାନର ଏହି ତାଲିକାରେ ପ୍ରଥମେ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ସେହିପରି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗେଲଣ୍ଟଙ୍କ ସହିତ ଇସ୍ରାଏଲ ସେନା, ନୌସେନା ଏବଂ ବାୟୁସେନାର ମୁଖ୍ୟ ଟାର୍ଗେଟରେ ରହିଛି । ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଇସ୍ରାଏଲ ତରଫରୁ ଏଯାଏଁ କୌଣସି ପ୍ରତିକ୍ରିୟା ଆସିନାହିଁ । ଇରାନୀ ସେନାର ଗୁଇନ୍ଦା ବିଭାଗ କହିଛି,  ଯଦି ବେଞ୍ଜାମିନ୍ ନେତାନ୍ୟାହୁ ଟାର୍ଗେଟ୍ କରିବାକୁ ଅସମ୍ଭବ ହୁଏ ତେବେ ଅନ୍ୟ ଶୀର୍ଷ ନେତା ଏବଂ ସେନା ଅଧିକାରୀ ଟାର୍ଗେଟ୍ କରି ହମଲା କରାଯିବ ।  

ଇସ୍ରାଏଲ ଉପରେ ଇରାନର ମିସାଇଲ୍ ଆଟାକ ସୂଚନା ପୂର୍ବରୁ ଆମେରିକା ଗୁଇନ୍ଦା ଏଜେନ୍ସିକୁ ମିଳିଥିଲା । ଆମେରିକା ମଧ୍ୟ ଏନେଇ ଜେରୁଜେଲମକୁ ସୂଚୀତ କରିଥିଲା । ଏବେ ଇରାନର ନୂଆ  ପ୍ଲାନ୍ ଲିକ୍ ହୋଇଛି । ସୋସିଆଲ୍ ମିଡିଆ ଏକ୍ସରେ ଦାବି କରାଯାଇଛି ଇରାନର ହିଟ୍ ଲିଷ୍ଟ ପ୍ରସ୍ତୁତ ହୋଇଛି । ଯେଉଁମାନଙ୍କ ମଧ୍ୟରେ ନେତାନ୍ୟାହୁଙ୍କ ଭଳି ବଡ଼ ନେତା ରହିଛନ୍ତି । ତାଲିକାଭୂକ୍ତ ନେତାଙ୍କୁ ହମଲା କରି ହତ୍ୟା କରାଯିବ ବୋଲି ପୋଷ୍ଟା ଦାବି କରାଯାଇଛି ।... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.