ଯୁଦ୍ଧ ବିରତି ବୁଝାମଣାକୁ ମଞ୍ଜୁରି ଦେବାକୁ ମନା କଲା ନେତନ୍ୟାହୁଙ୍କ କାର୍ଯ୍ୟାଳୟ, ହମାସକୁ ନେଇ ଦେଲା ଏମିତି ବୟାନ

Published By : Prameya-News7 Bureau | January 16, 2025 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଗାଜାରେ ଯୁଦ୍ଧ ବିରାମ ଉପରେ ପୁଣି ଥରେ ସସ୍‌ପେନ୍ସ ବଢାଇଛନ୍ତି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁବାର କହିଛି ଯେ ଯେପର୍ଯ୍ୟନ୍ତ ହମାସ୍ ଅନ୍ତିମ ମୁହୂର୍ତ୍ତ ସଂକଟରୁ ପଛକୁ ନହଟିଛି, ସେପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଗାଜା ଯୁଦ୍ଧ ବିରାମ ବୁଝାମଣାକୁ ମଞ୍ଜୁରି ଦେବା ପାଇଁ ବୈଠକ କରିବ ନାହିଁ । ପ୍ରଧାନମନ୍ତ୍ରୀ ବେଞ୍ଜାନିମ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଅଭିଯୋଗ କରିଛି ଯେ ଅନ୍ତିମ ମୁହୂର୍ତ୍ତରେ ରିହାତି ନେବା ପାଇଁ ଉଦ୍ୟମ କରି ହମାସ କିଛି ବୁଝାମଣାରୁ ଓହରିବାକୁ ଲକ୍ଷ୍ୟ ରଖିଛି । ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଇସ୍ରାଏଲ ମନ୍ତ୍ରିମଣ୍ଡଳ ଯୁଦ୍ଧ ବିରତି ବୁଝାମଣା ନେଇ ଘୋଷଣା କରିଥାନ୍ତା ।

ଏହା ପୂର୍ବରୁ ନେତନ୍ୟାହୁ ବୁଧବାର ରାତିରେ କହିଥିଲେ ଯେ ହମାସ ସହ ଯୁଦ୍ଧ ବିରତି ଏବେ ବି ପୂରା ହୋଇ ନାହିଁ । ଏହାକୁ ଅନ୍ତିମ ରୂପ ଦିଆଯିବା କାମ ବାକି ରହିଛି । ଉଲ୍ଲେଖଯୋଗ୍ୟ ଯେ ନେତନ୍ୟାହୁଙ୍କ ଏହି ବୟାନର କିଛି ଘଣ୍ଟା ପୂର୍ବରୁ ଆମେରିକା ଏବଂ କତାର ଯୁଦ୍ଧ ବିରତି ବୁଝାମଣା ଘୋଷଣା କରିଥିଲେ । ଏହାପରେ ଗାଜାରେ ୧୫ ମାସ ଧରି ଚାଲିଥିବା ଯୁଦ୍ଧ ରୋକିବା ଏବଂ ବନ୍ଦୀଙ୍କୁ ମୁକ୍ତ କରିବା ବାଟ ସ୍ପଷ୍ଟ ହୋଇଛି ।

ଏହି ବୁଝାମଣା ଘୋଷଣା ପରେ ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ଖୁସି ମନାଇଥିଲେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୁଦ୍ଧ ବିରତି ବୁଝାମଣା ଘୋଷଣାକୁ ସ୍ୱାଗତ କରିଥିଲା । ଏହାଦ୍ୱାରା ଗାଜାର ଲୋକଙ୍କୁ ମାନବୀୟ ସହାୟତା ପହଞ୍ଚାଇବା ବାଧା ଦୂର ହେବ ବୋଲି ମନ୍ତ୍ରଣାଳୟ କହିଥିଲା । 

Also Read: ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିବ ହମାସ୍‌, ଅସ୍ତ୍ରବିରତି ନେଇ ଉଭୟଙ୍କ ସହମତି !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.