ନେତନ୍ୟାହୁଙ୍କୁ ଗୁଳି କରି ହତ୍ୟା କରିଦେବା ଉଚିତ୍: କଂଗ୍ରେସ ସାଂସଦ

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: ହମାସ ଓ ଇସ୍ରାଏଲ୍‌ ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଖି ଚାହିଁ ବୟାନ ଦେଉଥିବା ବେଳେ କଂଗ୍ରେସ ସାଂସଦ କିନ୍ତୁ ଅଯଥା ବିବାଦୀୟ ବୟାନ ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଗୁଳି କରି ହତ୍ୟା କରି ଦେବା ଉଚିତ ବୋଲି କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ କହିଛନ୍ତି।

କେରଳର କସରଗଡରେ ଏକ ରାଲିକୁ ସମ୍ବୋଧନ ପାଲେଷ୍ଟାଇନ୍‌ ପ୍ରତି ସମର୍ଥନ ଜଣାଇଛନ୍ତି କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ। ସେ କହିଛନ୍ତି ଯେ ନେତନ୍ୟାହୁ ଜଣେ ଯୁଦ୍ଧ ଅପରାଧି। ତାଙ୍କୁ ବିନା କୌଣସି ନ୍ୟାୟିକ ପ୍ରକ୍ରିୟରେ ଗୁଳି କରି ମାରିଦେବା ଉଚିତ୍ ବୋଲି ରାଜମୋହନ କହିଛନ୍ତି।

ସେ କହିଛନ୍ତି “ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନ୍ୟୁରେମବର୍ଗ ଟ୍ରାଏଲ ନାମକ ଏକ ଶବ୍ଦର ପ୍ରୟୋଗ ଅପରାଧରେ ସାମିଲ ହେଉଥିବା ଲୋକଙ୍କ ପାଇଁ କରାଯାଇଥିଲା। ନ୍ୟୁରେମବର୍ଗ ଟ୍ରାଏଲ୍‌ରେ ଯୁଦ୍ଧ ଅପରାଧିଙ୍କୁ ବିନା ମକଦ୍ଦମ ଚଳାଇ ଗୁଳି କରି ହତ୍ୟା କରାଯାଇଥିଲା।”

ପଢ଼ନ୍ତୁ-ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା କରିଥିବା ପୂର୍ଣ୍ଣେଶ ମଦୀଙ୍କୁ ବିଜେପି ଦେଲା ବଡ଼ ପଦବୀ

“ବର୍ତ୍ତମାନ ସମୟ ଆସିଛି ଏହି ନ୍ୟୁରେମବର୍ଗ ମଡେଲ ପରୀକ୍ଷଣ କରିବାର। ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱ ସାମ୍ମୁପେ ଯୁଦ୍ଧ ଅପରାଧି ହୋଇ ଛିଡ଼ା ହୋଇଛନ୍ତି। ବର୍ତ୍ତମାନ ସମୟ ଆସିଛି ଯେ ନେତାନ୍ୟାହୁଙ୍କୁ କୌ ଣସି ମକଦ୍ଦମା ନ କରି ଗୁଳି କରାଯାଉ। କାରଣ ସେ ଏହି ସ୍ତରର ନିଷ୍ଠୁରତା କରିଛନ୍ତି।” ୟିଏ ଜେନେଭା ଚୁକ୍ତିର ସମସ୍ତ ନିୟମ ବାଙ୍ଗିଛନ୍ତି ତାଙ୍କୁ ଦଣ୍ଡ ଦେବା ଦରକାର ବୋଲି କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥନ କହିଛନ୍ତି। ସୂଚନା ଥାଉକି ହମାସ-ଇସ୍ରାଏଲ୍‌ ଯୁଦ୍ଧକୁ ୪୩ ଦିନ ବିତି ସାରିଥିଲେ ବି ଆକ୍ରମଣ ବନ୍ଦ ହୋଇ ନାହିଁ। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.