ଭଦ୍ରକ ୧୦/୦୯: ମା’ କୋଳରୁ ଚୋରି ହୋଇଗଲା ନବଜାତକ । ମା ସାମ୍ନାରେ ଚମ୍ପଟ ମାରିଲେ ଅପହର୍ତ୍ତା । ସଂଗୀନ ଅଭିଯୋଗ ଆଣିଛନ୍ତି ଶିଶୁର ମାଆ । ପୋଲିସ ନିକଟରେ ପହଞ୍ଚିଲା ମାମଲା । ପ୍ରଥମେ ସାହାଯ୍ୟ କଲେ ଏବେ ଅପହରଣ କରିନେଇଛନ୍ତି ମହିଳା । ଆଉ ଛୁଆକୁ ନପାଇ ଡହଳବିକଳ ମାଆ । ବାହୁନ କାନ୍ଦୁଛି କିଏ ଖୋଜି ଆଣିଦିଅ ମୋ ପିଲା । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ମଉଦା ଗ୍ରାମରୁ ନଜର ଆସିଛି ଏପରି ଘଟଣା ।
ଗତ ୪ ତାରିଖ ଭୋରରେ ଆମ୍ୱୁଲାନ୍ସ ଯନ୍ତ୍ରଣା ପାଇଁ ରାସ୍ତାକଡରେ ପ୍ରସବ କରିଥିଲେ ଜଣେ ମହିଳା । ଆଉ ଶିଶୁ କନ୍ୟାକୁ ଜନ୍ମ ଦେବାର ୬ ଘଣ୍ଟା ପରେ ଉଦ୍ଧାର ହୋଇଥିଲେ ଉଭୟ । ତିନି ତିନୋଟି ୧୦୮ ଆମ୍ବୁଲାନ୍ସ ଫେରିବା ଜଣେ ମହିଳା ୪ ନମ୍ୱର ଆମ୍ବୁଲାନ୍ସରେ ଉଦ୍ଧାର କରିନେଇଥିଲେ ମେଡିକାଲ ।
ମହିଳାଙ୍କ ରକ୍ତ ଅଭାବ ହେତୁ ତାଙ୍କୁ ଆମ୍ବୁଲାନ୍ସ ରେ ନିଆଯାଇଥିଲା କଟକ ମେଡିକାଲ । ସେଠାରୁ ଡିସ୍ଚାର୍ଜ ହେବା ପରେ ଟ୍ରେନ ଯୋଗେ ଭଦ୍ରକ ଆଣିଥିଲେ । ହେଲେ ଷ୍ଟେସନ ଠାରୁ କିଛି ଦୂରରେ ଅସୁସ୍ଥ ମା’କୁ ରାସ୍ତାରେ ବସାଇ ଦେଇ ନବଜାତ ଶିଶୁକୁ ନେଇ ପଳାଇଯାଇଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ଝିଅକୁ ନପାଇ, ମହିଳା ଜଣକ ପୁଣି ପୋଷ୍ଟ ଅଫିସ ଛକକୁ ଆସି ବହୁ ଖୋଜାଖୋଜି କରିଥିଲେ ।
ମହିଳା ଜଣଙ୍କ ନିରକ୍ଷର ହୋଇଥିବାରୁ ଥାନାକୁ ଯାଇ ଦେଇନାହାଁନ୍ତି ଏତଲା । ଘଟଣା ପରେ ମୁକ୍ତାଶ୍ରୟ କେନ୍ଦ୍ର କର୍ମଚାରୀ ରିୟାଜ ଅହମଦଙ୍କୁ ଯୋଗାଯୋଗ ପରେ ଚାଇଲ୍ଡ ଲାଇନ ମହିଳାଙ୍କୁ ଉଦ୍ଧାର କରିଛି । ଏବେ ମାମଲାରେ ଭଦ୍ରକ ଟାଉନ୍ ପୋଲିସ ବି ପହଞ୍ଚିଛି । ମହିଳା ଙ୍କୁ କାଉନସେଲିଂ ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମିଳିଛି ସୂଚନା । ତେବେ ନବଜାତ ଶିଶୁକୁ ନେଇଥିବା ମହିଳାଙ୍କୁ ଚିତ୍ର କ୍ୟାମେରାରେ କଏଦ ହୋଇଛି । ଖୁବ୍ ଶୀଘ୍ର ମହିଳାଙ୍କୁ ଚିହ୍ନଟ କରିବ ବୋଲି ସ୍ପଷ୍ଟ କରିଛି ପୋଲିସ ।

ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଟାଉନ୍ ପୋଲିସ ମିଳିତ ସହଯୋଗରେ ସେଲଟର ହୋମରେ ଅଛନ୍ତି ମହିଳା ଜଣଙ୍କ ।ମଙ୍ଗଳବାର ୱାନ୍ଷ୍ଟପ ସେଣ୍ଟରକୁ ଅଣାଯାଇ କାଉନସେଲିଂ କରାଯିବ ବୋଲି ଜଣାପଡ଼ିଛି । ଏହାପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ ।