ନୂଆଦିଲ୍ଲୀ: ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ମେ ୫ରୁ ୧୧ ତାରିଖ ମଧ୍ୟରେ କରୋନା ଭାଇରାସର ୨୫,୯୦୦ ନୂଆ କେସ୍ ଚିହ୍ନଟ ହୋଇଛି । କରୋନାର ନୂଆ ଲହର ସିଙ୍ଗାପୁର ସରକାରଙ୍କ ଚିନ୍ତା ବଢାଇଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ ସମସ୍ତଙ୍କୁ ପୁଣି ଥରେ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ।
ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘କରୋନାର ନୂଆ ୱେଭର ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ଅଛୁ, ଯେଉଁଠୁ ଏହା ହଠାତ୍ ଉପରମୁହଁ ହେବ । ତେଣୁ ଆସନ୍ତା ୨ରୁ୪ ସପ୍ତାହ ମଧ୍ୟରେ ଏହା ନିଜର ପିକ୍ ଛୁଇଁପାରେ । ଅର୍ଥାତ୍ ଜୁନ୍ ମଧ୍ୟରୁ ଶେଷ ବେଳକୁ ।‘
ରିପୋର୍ଟ ଅନୁସାରେ ହସ୍ପିଟାଲରେ ପ୍ରତିଦିନ ଭର୍ତ୍ତି ହେଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୦ ହୋଇଛି । ଯାହା ଗତ ସପ୍ତାହରେ ୧୮୧ ଥିଲା । ତେବେ ଆଇସିୟୁରେ ଭର୍ତ୍ତି ହେଉଥିବା ରୋଗୀଙ୍କ ତିନି ହୋଇଛି, ଯାହା ଗତ ସପ୍ତାହରେ ୨ ଥିଲା ।
ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମେ ୫ରୁ ମେ ୧୧ ମଧ୍ୟରେ କରୋନା ମାମଲାର ସଂଖ୍ୟା ୨୫,୯୦୦ ହୋଇଛି । ଯାହା ଗତ ସପ୍ତାହର ୧୩,୭୦୦ ତୁଳନାରେ ପ୍ରାୟ ଦ୍ୱିଗୁଣା ଅଟେ । ହସ୍ପିଟାଲରେ ଏର୍ମଜେନ୍ସି ବେଡ୍ ଉପଲବ୍ଧ ରଖିବା ପାଇଁ ସାର୍ବଜାନୀନ ହସ୍ପିଟାଲରେ ନିଜ ଅଣଜରୁରୀ ବୈକଳ୍ପିକ ସର୍ଜରୀ ମାମଲାକୁ କମ କରିବା ପାଇଁ କୁହାଯାଇଛି ।