ଦକ୍ଷିଣ ଚୀନ୍ ସାଗରରେ ଡ୍ରାଗନର ଦବଦବା; ନୂଆ ମେରିଟାଇମ୍ ଆଇନ ଆଣିଲା ଚୀନ୍

Published By : Prameya-News7 Bureau | June 16, 2024 IST

ବେଜିଂ,୧୬/୦୬: ଦକ୍ଷିଣ ଚୀନ୍ ସାଗରକୁ କବଜା କରିବାକୁ ଚାହୁଁଛି ଚୀନ୍ । ସମୁଦ୍ରରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି । ଦକ୍ଷିଣ ଚୀନ୍ ସାଗରରେ ଅନ୍ୟଦେଶ ମାନଙ୍କ ଗତିବିଧିକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଉଦ୍ୟମ କରୁଛି ।  ଏଥିପାଇଁ ବେଜିଂ ଏକ ନୂଆ ମେରିଟାଇମ୍ ଆଇନ ଆଣିଛି । ଏହା ମୁତାବକ, ଯେ କୌଣସି ବିଦେଶୀ ବିନା ଅନୁମତିରେ ଦକ୍ଷିଣ ଚୀନ୍‌ ସାଗରରେ ଅନୁପ୍ରବେଶ କରିପାରିବ ନାହିଁ । ଯଦି କୌଣସି ଅନୁମତି ବିନା, ଦକ୍ଷିଣ ଚୀନ ସମୁଦ୍ରରେ  ଅନ୍ୟ ଦେଶଗୁଡ଼ିକର ଗତିବିଧି ଦେଖାଯାଏ, ତେବେ  ଚୀନ୍‌ ତଟରକ୍ଷୀ ବାହିନୀ ଗିରଫ କରିବ । 

ରିପୋର୍ଟ ମୁତାବକ, ଦକ୍ଷିଣ ଚୀନ୍‌ ସାଗରରେ ଅନୁପ୍ରବେଶ କଲେ ଚୀନ୍‌ ଏହାକୁ ଗୁରୁତ୍ୱର ସହ ନେବ ଏବଂ ଅଭିଯୁକ୍ତକୁ ବିନା ଶୁଣାଣିରେ ୬୦ ଦିନ ପର୍ଯ୍ୟନ୍ତ  ଜେଲରେ ରଖିବ । ଏହାପରେ ଶୁଣାଣି ହେବ ଏବଂ ରାୟ ଅନୁସାରେ ଦଣ୍ଡ ବିଧାନ କରାଯିବ । ଚୀନ୍‌ ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ନିଜର ଅଂଶ ଦର୍ଶାଉଛି । ଯେବେ କି ଦକ୍ଷିଣ ଏସିଆର ଅନେକ ଦେଶ ଯଥା ଫିଲିପାଇନ୍ସ, ଭିଏତନାମ, ଇଣ୍ଡୋନେସିଆ ମଧ୍ୟ ଏହା ଉପରେ ନିଜ ହକ୍‌ ଜାହିର କରୁଛନ୍ତି । ଦକ୍ଷିଣ ଚୀନ୍‌ ସାଗରରେ ବିବାଦ  ବଢ଼ିବାକୁ ନେଇ ଏଠାରେ ଚୀନ୍‌ ନିଜର ଅନେକ ବୋଟ୍‌ ଏବଂ ତଟରକ୍ଷୀ କର୍ମଚାରୀଙ୍କୁ   ମୁତୟନ କରି ରଖିଛି । ଏଠାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.